ରାଉରକେଲାର ୨୫ ଘାଟରେ ଛଟ୍‌ ପର୍ବ ପାଳିତ , ସୁରକ୍ଷା ବ୍ୟବସ୍ଥାରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ

12

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ବିହାରୀ ସମ୍ପ୍ରଦାୟର ଆସ୍ଥା ଓ ବିଶ୍ବାସର ଗଣପର୍ବ ଛଟ୍ ସ୍ମାର୍ଟସିଟିରେ ଆନନ୍ଦ ଉତ୍ସାହର ପାଳନ ହୋଇଛି। ଗତ ସଂଧ୍ୟାରେ ହଜାର ହଜାର ବ୍ରତଧାରୀ ମାନେ ସହର ଓ ଏହାର ଆଖପାଖର ପ୍ରାୟ ୨୫ରୁ ଅଧିକ ନଦୀ ଘାଟ ଓ ପୋଖରୀରେ ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ ପ୍ରଦାନ କରିଛନ୍ତି। କିଛି ବ୍ରତଧାରୀ ସୀମାନ୍ତ ଝାଡ଼ଖଣ୍ଡ ଧାନାପାଲିରେ ପହଞ୍ଚି କୋଏଲନଦୀରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି।ସହରର ବ୍ରାହ୍ମଣୀନଦୀ ଘାଟ, ରୁପଟୋଲା, ଝିରପାଣିର ଆଦିତ୍ୟ ଘାଟ, ସେକ୍ଟର-୧୬ ଧୋବିଘାଟ,ରେଲୱେ ପୋଖରୀ,ବାଲୁଘାଟ,ବେଦବ୍ୟାସ ତ୍ରିବେଶୀ ସଙ୍ଗମ୍‌ ଓ କୋଏଲନଦୀ ଘାଟ ସମେତ ଅନ୍ୟାନ୍ୟ ପୋଖରୀ ଓ ନଦୀଘାଟରେ ବ୍ରତଧାରୀ ଓ ତାଙ୍କ ସମ୍ପର୍କୀୟଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା।ମହାମାରୀ କରୋନାର ଦୁଇ ବର୍ଷ ପରେ ବ୍ରତଧାରୀ ମାନେ ନଦୀ ଓ ପୋଖରୀରେ ଛଟ୍‌ ପର୍ବ ପାଳନକୁ ଜିଲ୍ଲା ପ୍ରଶାସନର ଅନୁମତି ମିଳିଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।ପ୍ରତ୍ୟେକ ଘାଟରେ ବିଭିନ୍ନ ଛଟ୍‌ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସହ ବିହାର ସାଂସ୍କୃତିକ ପରିଷଦ, ଦୂତ ରାଉରକେଲା, ହିନ୍ଦୁ ଜାଗରଣ ମଞ୍ଚ, ସୋନକର ଯୁବ ମଞ୍ଚ, ଭାରତୀୟ ଛଟ ପୂଜା କମିଟି ସହ ଅନ୍ୟ କମିଟିଗୁଡିକର କର୍ମକର୍ତ୍ତାମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପ୍ରତ୍ୟେକ ଘାଟଗୁଡ଼ିକୁ ରଙ୍ଗବେରଙ୍ଗ ଆଲୋକମାଳା ରେ ସଜ୍ଜିତ କରାଯାଇଥିବା ସହ ଆଜି ସୋମବାର ଉଦିତ ସୂର୍ଯ୍ୟଙ୍କୁ ଶେଷ ଅର୍ଘ୍ୟ ଦେବା ପରେ ‌ଛଟ ପର୍ବ ପାଳନ‌ ଶେଷ ହୋଇଥିଲା। ଉତ୍ତର ଭାରତର ଏହି ଗଣପର୍ବ ବିଶେଷ କରି ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶରେ ବେଶ୍ ଆନନ୍ଦ ଉତ୍ସାହ ର ସହ ପାଳିତ ହୋଇଥାଏ। ଛଟ୍ ପର୍ବର ଦୁଇ ଦିନ ପୂର୍ବରୁ ‘ନହାୟ ଖାୟ’ ସହ ଏହି ପର୍ବର ଶୁଭାରମ୍ଭ ହୋଇଥାଏ। ‘ଖରନା’ ପୂଜା ପରେ ବ୍ରତଧାରୀମାନେ ୩୬ ଘଣ୍ଟା ନିର୍ଜଳା ଉପବାସ ରହି ଏହି ପର୍ବକୁ ନିଷ୍ଠାର ସହ ପାଳନ କରିଥାନ୍ତି। ରାଉରକେଲରୁ କ୍ୟାମେରମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More