ରାଉରକେଲା(ସଂଘର୍ଷ ମିଡିଆ) : – ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।କଳା ଓ ସଂସ୍କୃତିର ସହର ଭାବେ ପରିଚିତ ରାଉରକେଲାର ସେକ୍ଟର-୧୪,ସେକ୍ଟର-୧୬, ସେକ୍ଟର-୨, ସାରନଗରୀ, ବାସନ୍ତୀ କଲୋନୀ ଆଦି ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହୋଇଥିଲା। ସେକ୍ଟର ୨ ର ମୁଖ୍ୟ ଆକର୍ଷଣ ଥିଲେ ଗାୟକ ହ୍ୟୁମାନ ସାଗର ଓ ଗାୟିକା ଅସୀମା ପଣ୍ଡା। ସେକ୍ଟର-୧୪ ଓ ୨ରେ ହୋଇଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଛୋଟଛୋଟ ପିଲାମାନେ ସାଧବ ପୁଅ ଓ ବୋହୂ ଭାବରେ ସଜ୍ଜିତ ହୋଇ ଆକର୍ଷଣୀୟ ବେଶରେ ବୋଇତ ବନ୍ଦାଣ କରିଥିଲେ। ସେକ୍ଟର-୧୪ରେ ହୋଇଥିବା ଉତ୍ସବରେ ରାଉରକେଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହରର ସେକ୍ଟର ୧୪ ପଡ଼ିଆରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବରେ ଅଭିନେତ୍ରୀ ଶୀତଲ ପାତ୍ର ଯୋଗ ଦେଇଥିଲେ।ଓଡିଶା ର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଥମ କରି ଗଠିତ ହୋଇଥିବା ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଗତକାଲି ସଂଧ୍ୟାରେ ମଡର୍ଣ୍ଣ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସୁନାମଧନ୍ୟ ସଂଗୀତଜ୍ଞ ଅଭିଜିତ ମଜୁମଦାର ଓ ଅନ୍ୟ ପ୍ରତିଷ୍ଠିତ ଗାୟକ ଗାୟିକା ମାନେ ଯୋଗଦେଇ ସଂଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସଭାପତି ସୁଜିତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ପ୍ରଧାନ, ଉପସଭାପତି ସୁଧାଂଶୁ ଶେଖର ସାମଲ, ସାଧାରଣ ସଂପାଦକ ପ୍ରତୀକ ଭୂୟାଁ,ସଂପାଦକ ପ୍ରତାପ ସାହୁ, ସହ ସଂପାଦକ ବୈଦ୍ୟନାଥ ସାହୁ,କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ, ଆଇନ ପରାମର୍ଶଦାତା ଶିବୁଲାଲ ସାହୁ ଓ ସନ୍ତୋଷ ନାୟକ ତଥା ବହୁ ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଶ୍ରଦ୍ଧାଳୁ ମାନେ ରାତି ୨ ଟାରୁ ୫ ଟା ୧୫ ଭିତରେ ଡଙ୍ଗା ଭଷାଇ ଦେଇଥିଲେ। ରାଉରକେଲାରୁ କ୍ୟାମେରା ମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ