ରାଉରକେଲାରେ ରାବଣ ପୋଡି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପନ

9

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ):- ଅଧର୍ମ ଉପରେ ଧର୍ମର ବିଜୟ ,ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ସ୍ୱରୂପ ରାବଣ ଦହନ କାର୍ଯ୍ୟକ୍ରମ ରାଉରକେଲା ୧୩ ନମ୍ବର ସେକ୍ଟର ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର , ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ଏସ ପି ମୁକେଶ କୁମାର ଭାମୁ , ରାଉରକେଲା ଇସ୍ପାତ କାରଖାନା ଡ଼ାଇରେକ୍ଟର ଇନଚାର୍ଜ ଅତନୁ ଭୌମିକ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ। ରାବଣ ଦହନ କାର୍ଯ୍ୟକ୍ରମ ପରେ ପରେ ଆତସବାଜି କାର୍ଯ୍ୟକ୍ରମ ହୋଇଥିଲା। ରାବଣ ପୋଡି ଉତ୍ସବ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ରାବଣ ପୋଡି କାର୍ଯ୍ୟକ୍ରମ ସମାପନ ହୋଇଥିବାରୁ ରାଉରକେଲା ଏସପି ଏବଂ ଏଡିଏମ ଜନସଧାରଣ ତଥା ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ। ମା ଦୁର୍ଗାଙ୍କ ଭାଷାଣି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ହେବ ବୋଲି ଉଭୟ ଅଧିକାରୀ ଆଶା ବ୍ୟକ୍ତ କରିଥିଲେ । ରାଉରକେଲା ରୁ କ୍ୟାମେରାମ୍ୟାନ୍ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More