ରାଉରକେଲାରେ ପ୍ରଜାତନ୍ତ୍ରର ଅମୃତ ମହୋତ୍ସବ ପାଳିତ

20

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : ଦୈନିକ ପ୍ରଜାତନ୍ତ୍ରର ୭୬ବର୍ଷ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ସିଭିକ ସେଣ୍ଟର୍ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅମୃତ ମହୋତ୍ସବରେ ଲୋକରଂଜନ ମହତାବ ଅଧ୍ୟକ୍ଷତା କରିଥିଲେ । ଆୟୋଜନ କମିଟିର ସଭାପତି ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଅତିଥି ଭାବେ ଯୋଗଦେଇ ପ୍ରଜାତନ୍ତ୍ରର ଇତିହାସ ଓ ନବଉତ୍କଳ ନିର୍ମାଣ ରେ ହରେକୃଷ୍ଣ ମହତାବଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ଯ ରେ ପ୍ରଜାତନ୍ତ୍ର ର ସାମାଜିକ ଦାୟିତ୍ୱବୋଧ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ତଥା ହରେକୃଷ୍ଣ ମହତାବଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିବା ବେଳେ ବିରମିତ୍ରପୁର ବିଧାୟକ ଶ୍ରୀ ଓରାମ ସମ୍ବାଦପତ୍ର ର ଆଭିମୁଖ୍ଯ ସଂପର୍କରେ ଓ ପ୍ରଜାତନ୍ତ୍ର ଦୀର୍ଘ ବର୍ଷ ଧରି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କିପରି ନବ ଜାଗରଣ ସୃଷ୍ଟି କରିଛି ସେ ସଂପର୍କରେ ମତ ରଖିଥିଲେ ।ସୁନ୍ଦରଗଡ ବିଧାୟିକା ଶ୍ରୀମତୀ ଟେଟେ ପ୍ରଜାତନ୍ତ୍ର ର ଉଜ୍ବଳ ଭବିଷ୍ୟତ କାମନା କରି କହିଲେ ଯେ ପିଲାଟି ବେଳୁ ଶୁଣିଆସିଥିବା ପ୍ରଜାତନ୍ତ୍ର, ଆଉ ସେହି ପତ୍ରିକାର ଅମୃତ ମହୋତ୍ସବରେ ସାମିଲ ହେବା ଗୌରବର ବିଷୟ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ମହତାବ କହିଲେ ଯେ ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି । ସମାଜର ସମସ୍ୟା, ଗଠନମୂଳକ ସମ୍ବାଦ ପରିବେଷଣ ତଥା ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ପ୍ରଜାତନ୍ତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହା ସହ ସେ ଉତ୍କଳ କେଶରୀଙ୍କ ପୌତ୍ର ହିସାବ ରେ ଗର୍ବିତ ବୋଲି କହିଥିଲେ । ମଧୁସୂଦନ ଶିକ୍ଷା ନିବାସର ଛାତ୍ରୀ ସାଇପ୍ରତିଭା ପ୍ରଧାନ ଉତ୍କଳ କେଶରୀଙ୍କ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ, କ୍ଲିନ ଆଣ୍ଡ ଗ୍ରୀନ,ଗରିମା ପରିବାର,ହାପି ମୋମେଣ୍ଟସ ଇଣ୍ଡିଆ, ଶାନ୍ତନୁ କୁସୁମ, ନିରୁପମା ପତି,ଗୀତାରାଣୀ ବେହେରା,ବସନ୍ତ କୁମାର ନାୟକ ଓ ସସ୍ମିତା ପ୍ରଧାନ ଙ୍କୁ ଉପଢୌକନ,ପୁଷ୍ପଗୁଛ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟ ସ୍ତରୀୟ ରଚନା ପ୍ରତିଯୋଗିତାରେ ମଧୁସୂଦନ ଶିକ୍ଷା ନିବାସ ର ମୋନାଲିସା ସିଂହ, ଓଏସଏପି ହାଇସ୍କୁଲ ର ଆୟୁଶା ବେହେରା, ଡିଏଭି ସ୍କୁଲର ଅନ୍ବେଶା ପଣ୍ଡା, ଅରବିନ୍ଦ ରାଉରକେଲା ସ୍କୁଲର ସୁଶ୍ରୀ ଶତୠପା ସାମଲ ଓ କୋଏଲ ବିଦ୍ୟାପୀଠ ର ଗୁଲନାଜ ପରୱିନ ଙ୍କୁ ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ଅନନ୍ୟା ପ୍ରିୟଦର୍ଶନୀ, ସେକ୍ଟର ୬ ଏନଏସି ଏସଟି ସରକାରୀ ହାଇସ୍କୁଲ ର ଆକାଶ ରାୱତ,ଅରବିନ୍ଦ ରାଉରକେଲା ସ୍କୁଲର ସଂଗୀତା ସାହୁ ଓ ରଶ୍ମିରେଖା ନାୟକ, ଡିଭାଇନ ଲାଇଫ ର ପୂର୍ଣ୍ଣିମା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉଭୟ ପ୍ରତିଉପଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ଆବୃତ୍ତି ସହ ଗରିମା ପରିବାର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଂଯୋଜକ କୁଞ୍ଜ ବିହାରୀ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସାଧାରଣ ସମ୍ପାଦକ ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ହଂଶିତା ପଟ୍ଟନାୟକ, ସ୍ବୀକୃତି ପଣ୍ଡା, ଭୁମିକା ନାୟକ, ବର୍ଷା ଜେନା ଓ ଆରଧ୍ୟା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ମମତଞ୍ଜଳି ଦାସଙ୍କ ସୁଲଳିତ କଣ୍ଠରେ ହୋଇଥିବା ଉଦଘୋଷଣା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସର୍ବଶ୍ରୀ ଅଭୟ କୁମାର ଦାସ, ସଂଜୀବ ମହାନ୍ତି, ଶଙ୍କର ଜେନା, ଅଭିରାମ ପ୍ରଧାନ,ସୁଶାନ୍ତ ସୂତାର ଓ ଗରିମା ପରିବାରର ମମତା ନାୟକ, ସିଲି ମହାନ୍ତି,ଡଃ ସରିତା ମଲ୍ଲ, ମୋନାଲିସା ଗୌଡ,ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ସୁମିତ୍ରା ଦାସ, ଶର୍ମିଲା ରାଜଗୁରୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ, ସାହିତ୍ୟନୁଷ୍ଠାନ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More