ରାଉରକେଲା (ସଂଘର୍ଷ ମିଡିଆ ) : ରାଉରକେଲାରେ ପାରମ୍ପରିକ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୦ଟି ଆଖଡ଼ା ଦଳଙ୍କ ଶୋଭାଯାତ୍ରାରେ ସମଗ୍ର ଇସ୍ପାତ୍ ନଗରୀ ରାଉରକେଲା ସହର ଦୁଲୁକିଥିଲା। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିବା ବେଳେ ଏହି ଶୋଭାଯାତ୍ରା ବିଶ୍ରା ଛକରୁ ଆରମ୍ଭ ହୋଇ ସହରର ମୁଖ୍ୟ ମାର୍ଗ ଦେଇ ଉଦିତଗର ଆମ୍ବେଦକର ଛକରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା। ରବିବାର ୪ଟି ଆଖଡ଼ା ଦଳର ଶୋଭାଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ସୋମବାର ଆଉ ୧୦ଟି ଆଖଡ଼ା ଦଳର ଶୋଭଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡି ଏସ ପି, ୨୦ ଜଣ ଇନ୍ସପେକ୍ଟର ଓ ୭୦ ଗଣ ଅଫିସରଙ୍କ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଏହି ଶୋଭଯାତ୍ରା ଦିନ ୩ ଟାରୁ ଆରଭଂ ହୋଇଥିବା ବେଳେ ସନ୍ଧ୍ୟା ୬ ତରେ ଶେଷ ହେଇଥିଲା। ରାଉରକେଲାରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।