ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

11

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ରାଉରକେଲା ଗସ୍ତ ରେ ଆସିଥିଲେ।ତାଙ୍କ ସହିତ ସୁନ୍ଦରଗଡର ସାଂସଦ ଶ୍ରୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ପ୍ରଥମେ ରାଉରକେଲା ସ୍ଥିତ NIT ଯାଇ ତାର 19 ତମ ସମାଵର୍ତନ ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ NITରୁ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରିଥିଲେ।ଏହାପରେ ଶ୍ରୀ ପ୍ରଧାନ ରାଉରକେଲା ର ବିଶ୍ରା ଛକ ଠାରୁ ପାନପୋଷର ନୂତନ ବ୍ରାହ୍ମଣୀ ବ୍ରିଜ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଉତ୍ସବରେ ସାମିଲ ହେଇଥିଲେ।ପ୍ରକାଶ ଥାଉ କି ଭାରତ ସରକାର ଏହି ବର୍ଷ ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ ସାରା ଦେଶରେ AZADI KA AMRIT MOHASTAV ପାଳନ କରୁଛନ୍ତି ଏବଂ HAR GHAR TRIRANGA କାର୍ଯ୍ୟକ୍ରମ ଅବସରରେ ପ୍ରତ୍ୟେକ ସାଧାରଣ ଜନତା ନିଜ ଘର ଉପରେ ଜାତୀୟ ପତକା ଉତ୍ତଳନ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ।ଏହାପରେ ରାଉରକେଲା CHAMBER OF COMMERCE ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ରାଉରକେଲା ରେ କିପରି ବ୍ୟବସାୟୀ ମାନଙ୍କର ଉନ୍ନତି ହେବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କର 6ଦଫା ଦାବିପତ୍ର ଗ୍ରହଣ କରିଥିଲେ।ଏହାପରେ ଶ୍ରୀ ପ୍ରଧାନ ସୁନ୍ଦରଗଡ ଅଭିମୁକ୍ଷେ ଗସ୍ତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More