ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ମୟୁରଭଞ୍ଜ ଜିଲ୍ଲା ଟପର

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ୧୯୯୧ ପ୍ରତିଷ୍ଠା ହୋଇଥିବା ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ପାଇଛନ୍ତି ।୧୫୪ ଜଣ ଛାତ୍ର ମଧ୍ଯରୁ ୧୪ ଜଣ ଏ-୧ ଗ୍ରେଡ଼ ସଫଳତା ହାସଲ କରିଛନ୍ତି । ତନ୍ମଧ୍ୟରୁ ଜନ୍ମଜେୟ କବାଟ ସର୍ବାଧିକ ୫୯୧ ନମ୍ବର ରଖି ମୟୁରଭଞ୍ଜ ଜିଲ୍ଲାର ଟପର ହୋଇଛନ୍ତି । ସେହିଭଳି ଜ୍ୟୋତି ରଂଜନ ରାଉତ ୫୮୨, ଶୁଭମ୍ ନାଏକ ୫୮୧ ଏବଂ ଦେବେନ୍ଦ୍ର ବେହେରା ୫୭୩ ମାର୍କ ରଖିଛନ୍ତି । ସେମାନଙ୍କର ସଫଳତା ପାଇଁ ବାପା,ମାଆ, ବିଦ୍ୟାଳୟ ର ଆଚାର୍ଯ୍ୟ ଓ ଆଚାର୍ଯ୍ଯା,ଓ ସାଙ୍ଗ ସାଥି,ଶୁଭେଛୁ ମାନଙ୍କୁ ପ୍ରଦାନ କରିଛନ୍ତି । ଆଗକୁ ଜନ୍ମେଜୟ କବାଟ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ଲକ୍ଷ୍ଯ ରଖିଥିବାବେଳେ ଦେବେନ୍ଦ୍ର ବେହେରା ଡାକ୍ତର ହୋଇ ଆଦିବାସୀ ଅଂଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଲକ୍ଷ୍ଯ ରଖିଛନ୍ତି । ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିର ଲଗାତର ୫ ଥର ପାଇଁ ବାମନଘାଟୀ ଉପଖଣ୍ଡର ସରକାରୀ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ କୁ ପଛରେ ପକାଇ ଶ୍ରେଷ୍ଠତ୍ବ ହାସଲ କରିଛି । ଏହାର ପଛରେ ଛାତ୍ରଛାତ୍ରୀଙ୍କ ଗୁରୁଭକ୍ତି,କଠିନ ପରିଶ୍ରମ, ଅଭିଭାବକଙ୍କ ପ୍ରଚେଷ୍ଟା ଏବଂ ଗୁରୁଜୀ ଓ ଗୁରୁମାମାନଙ୍କର କଠିନ ପରିଶ୍ରମ, ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କ ସହ ସୁସଂପର୍କ ଯୋଗୁଁ ଏହା ହୋଇପାରିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ସରକାରୀ ବିଦ୍ୟାଳୟ ବାହ୍ଯ ରୂପାନ୍ତକରଣ କରୁଥିବାବେଳେ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅନ୍ତଃ‌ରୂପାନ୍ତକରଣରେ ବିକାଶ କରୁଛନ୍ତି । ଯାହାକୁ ସବୁଠି ଚର୍ଚ୍ଚା ।ସମସ୍ତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ମାନଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More