ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର 42 ତମ ପ୍ରତିଷ୍ଠା ଜୟନ୍ତି ପାଳିତ ହୋଇଯାଇଛି। ଅଧ୍ଯକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆବାହକ ବିଜୟ କୁମାର ରାମ ଆୟୋଜନ ଓ ପରିଚାଳିତ କରିଥିଲେ। ମୁଖ୍ଯ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନ୍ଦ୍ର ପଟନାୟକ ଯୋଗ ଦେଇ କଲେଜ ପ୍ରତିଷ୍ଠା ର ଇତିହାସ ବଖାଣିଥିଲେ। ସମ୍ମାନିତ ଅତିଥି ରୁପେ ରାଜସ୍ବ ଅଧିକାରୀ ତଥା ଏସିସ୍ଟେଣ୍ଟ କଲେକ୍ଟର ସୁସାନ୍ତ କୁମାର ବରାଳ ଯୌଗ ଦେଇ ଶିକ୍ଷାର ସାର୍ଥକତାରେ ଶିକ୍ଷାର୍ଥୀଙ୍କ ଭୁମିକା ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ କଲେଜ ପ୍ରତିଷ୍ଠାତା ପରିମଳ ପଟ୍ଟନାୟକ ଙ୍କ ପ୍ରତିମୁର୍ତ୍ତି ରେ ଧୁପ ଦୀପ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରି ସ୍ମରଣୋଚ୍ଚାରଣ କରାଯାଇ ଥିଲା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଶତାଧିକ ଛାତ୍ରୀମାନଙ୍କ ଉପସ୍ଥିତିରେ ଏକ ସୁନ୍ଦର ସଭା ଅନୁଷ୍ଠିତ ହୋଇ ଥିଲା।ଅଧ୍ଯାପକ ରାଜେନ୍ଦ୍ର ମଣ୍ଡଳ ସ୍ବାଗତ ସଂଭାଷଣ ଦେଇ ଥିଲେ।ଅଧ୍ଯାପକ ରାଜୀବ ପାଲ ମହିଳା କଲେଜ ଓ ରାଇରଙ୍ଗପୁର ସଂପର୍କ ଉପରେ ବକ୍ତବ୍ଯ ରଖିଥିଲେ। ଯଶୋଧାରା ମହାନ୍ତ ତାଙ୍କ ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୁମିତା କବି ତାଙ୍କ ବକ୍ତବ୍ଯରେ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସର ଗୁରୁତ୍ବ ଆଲୋକପାତ କରିଥିଲେ।ଛାତ୍ରୀମାନଙ୍କ ମଧ୍ୟରେ ଖୁଶୀ ପୁଥାଳ, ସାରଥୀ ହେମ୍ଭ୍ରମ ବକ୍ତବ୍ଯ ପ୍ରଦାନ କରିଥିଲେ ଏବଂ ଛାତ୍ରୀ ବାନଗୀ ମୁର୍ମୁ ବିଜୟ ରାମଙ୍କ ଦିଗ୍ଦର୍ଶନରେ କଲେଜ ଉପରେ ସୁନ୍ଦର ଝୁମର ପ୍ରସ୍ତୁତ କରିଥିଲେ। ତିଲୋତମା ଷଡଙ୍ଗୀ,ସମାପ୍ତି ଦାସ,ରେଣୁକା ମହାନ୍ତ, ପ୍ରିୟତମା ହେମ୍ଭ୍ରମ, ବାବଲୁ କୁମ୍ଭକାର, ପାନାସ୍ବରୀ ଟୁଡୁ,ରଂଜୁବାଲା ନାଏକ,କାରୁ ମାରାଣ୍ଡି,ଶ୍ୟାମ ମଣ୍ଡଳ, ସାଲୁ ମୁର୍ମୁ,ଭାଗବତ ନନ୍ଦ, ମାୟା,କୁନୀ ଓ ଛାତ୍ରୀମାନଙ୍କ ମଧ୍ୟରେ ତପାଇ ବେହେରା,ସୁଭଦ୍ରା ବାରିକ, ସୁନୀତା ଗିରି,ଭାନୁପ୍ରିଆ ତ୍ରିପାଠୀ,ଜୂଲୀ ମହାନ୍ତ, ସୁକାନ୍ତି ସେଠି ଓ ଅନ୍ୟ ମାନେ ସହଯୋଗ କରିଥିଲେ। ରିପୋର୍ଟ:-ନିରୋଜ କୁମାର ସାହୁ , ରାଇରଙ୍ଗପୁର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More