ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା

20

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ରାଇରଙ୍ଗପୁର ମହାବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ନିମନ୍ତେ ଏବିଭିପି ପକ୍ଷରୁ କ୍ୟାମ୍ପସ ୟୁନିଟ ଘୋଷଣା କରାଯାଇଛି। ଏବିଭିପିର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ ସଂଘଠନିକ ରାଇରଙ୍ଗପୁର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ସେଠି ନିଜର ଅଭିଭାଷଣରେ ରଖିଥିଲେ। ଏବିଭିପିର କାମ କ୍ୟାମ୍ପସରେ ବର୍ଷ ତମାମ ଚାଲିଥାଏ। ଜ୍ଞାନ, ଚରିତ୍ର, ଏକତା ଏବିଭିପିର ମୂଳମନ୍ତ୍ର। ପିଲାମାନଙ୍କର ବ୍ୟକ୍ତିତ୍ୱ ବିକାଶ ଦିଗରେ ଏବିଭିପି କାମ କରିଥାଏ। କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମାନ ଆୟୋଜନ କରାଯାଇ ଅଧିକରୁ ଅଧିକ ବିଦ୍ୟାର୍ଥୀମାନଙ୍କୁ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ଯୋଡ଼ିହେବା ନିମନ୍ତେ ଆହ୍ବାନ କରାଯାଇଥାଏ। କ୍ୟାମ୍ପସ ୟୁନିଟ +୩ସଭାପତି ଭାବେ ରାଜେଶ ଆଚାର୍ଯ୍ୟ, ଉପସଭାପତି ଭାବେ , ନମିତା ଗିରି,ପ୍ରୀତମ ମଣ୍ଡଳ, ସମ୍ପାଦକ ଭାବେ ରାକେଶ କୁମାର ମହାନ୍ତ, ସହ ସମ୍ପାଦକ ଭାବେ ପିଥ ସୋରେନ,ଲିଟୁ ବେହେରା,କ୍ୟାମ୍ପସ ୟୁନିଟ +୨ ସଭାପତ ଦେବାଶିଷ ଆଚାର୍ଯ୍ୟ ଉପସଭାପତି ଭାବେ ରୁଚିକା ସାମଲ, ପରମେଶ୍ୱର ବେହେରା ସମ୍ପାଦକ ଭାବେ ହରେକୃଷ୍ଣ ମହାନ୍ତ, ସହ ସମ୍ପାଦକ ଭାବେ ଲଷ୍ମୀ ସାହୁ, ଏହିପରି 70ରୁ ଉର୍ଦ୍ଧ୍ବ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ 150ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ। ଶେଷରେ ପିଲାମାନଙ୍କୁ ସମସ୍ତ ଦାୟିତ୍ୱ ନିମନ୍ତେ ଅବଗତ କରାଯାଇ ପିଲାମାନଙ୍କୁ କ୍ୟାମ୍ପସରେ ଏବିଭିପିର କାମ କରିବା ନିମନ୍ତେ ଆହ୍ୱାନ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More