ରାଇରଙ୍ଗପୁର ବ୍ଲକରେ ସୁରଭି କାର୍ଯ୍ୟକ୍ରମ ପାଳିତ

12

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ରାଇରଙ୍ଗପୁର ପି.ସି.ଏମ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ପାଳିତ ହୋଇଯାଇଛିIରାଇରଙ୍ଗପୁର ଏ.ବି.ଇ.ଓ କାର୍ତ୍ତିକ ଚନ୍ଦ୍ର କାରୁଆଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ବ୍ଲକର ଶିକ୍ଷକ,ଶିକ୍ଷୟତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛିI ଉଦଘାଟନ ଉତ୍ସବରେ ରାଇରଙ୍ଗପୁର ବି.ଇ.ଓ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ ଯୋଗ ଦେଇ ଫିତା କାଟି ଉଦଘାଟନ କରିବା ସହିତ ଶିଶୁ ମାନଙ୍କୁ ଫୁଲର କଢ଼ ସଦୃଶ୍ୟ ବୋଲି ବିବେଚିତ କରିଥିଲେI ମୁଖ୍ୟ ବକ୍ତା ଭାବେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ, ସମ୍ମାନୀୟ ଅତିଥି ଭାବେ ଏ.ବି.ଇ.ଓ ନମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେI ପ୍ରାରମ୍ଭରେ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ ସହିତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲାIଏ.ବି.ଇ.ଓ କାର୍ତ୍ତିକ ଚନ୍ଦ୍ର କାରୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା ପରିଚୟ ପତ୍ର ପ୍ରଦାନ କରିଥିଲେ I ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସ୍ମୃତି ରଞ୍ଜନ ପାଣି ବେଦ ମନ୍ତ୍ର ପାଠ ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେI ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ବାରିକ ଧନ୍ୟବାଦ ଦେଇଥିଲେ I ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀ କାନ୍ତ ବେହେରା ଯୋଗଦେଇ ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣ ଓ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ସୁଯୋଗ ଦେଇଛି ବୋଲି ମତବ୍ୟକ୍ତ କରିଥିଲେI ସମ୍ମାନୀୟ ଅତିଥି ଭାବେ ରେଞ୍ଜ ଅଧିକାରୀ ସତ୍ୟବ୍ରତ ପଟ୍ଟନାୟକ ଯୋଗ ଦେଇଥିଲେ I ଶେଷରେ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରା ପୁରସ୍କୃତ କରିଥିଲେ Iଏଥିରେ ବି.ଆର.ଟି ମହେଶ ମହାପାତ୍ର,ସାଗରୀକା ପଣ୍ଡା ସି.ଆର.ସି.ସି ମନୋରଞ୍ଜନ ମଣ୍ଡଳ, ଅଜିତ ମଣ୍ଡଳ, ମଧୁସ୍ମିତା ନନ୍ଦୀ, ଆଲୋକ ସିଂ, ତରଣିକାନ୍ତ ମହାନ୍ତ, ରଶ୍ମିଶ୍ରୀ ମହାନ୍ତି, ଦୀପାଞ୍ଜଳି ମହାନ୍ତ, ସୁକାନ୍ତି ମାଝୀ, ଅଜୁ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ତଦାରଖ କରୁଥିଲେI ଏଥିରେ ଶିକ୍ଷୟତ୍ରୀ ମମତା ପାତ୍ର, ସୁନିତା ମହାପାତ୍ର, ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ସୁରଥ ପଟ୍ଟନାୟକ, ଅଜୟ ବେହେରା, ରଞ୍ଜନ ବେହେରା, ରୁଦ୍ର ବିହାରୀ ଗିରି, ରଞ୍ଜିତ ବେହେରା,ବିରେଶ ମହାନ୍ତ, କାନନ ଭୋଳ,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More