ରାଇରଙ୍ଗପୁର ବ୍ଲକରେ ନୂତନ ବିଇଓଙ୍କ ଯୋଗଦାନ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ଯୋଗଦାନ । ରାଇରଙ୍ଗପୁର(ସମିସ):-ରାଇରଙ୍ଗପୁର ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି I ଶ୍ରୀ ପ୍ରଧାନ ଯଶିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତିIସୂଚନାଯୋଗ୍ୟ ରାଇରଙ୍ଗପୁରର ପୂର୍ବତନ ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅନ୍ୟତ୍ର ବଦଳି ହେତୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସ୍ଥାନ ଖାଲି ଥିଲାବେଳେ ଶ୍ରୀ ପ୍ରଧାନଙ୍କ ଯୋଗ ଦାନ ଫଳରେ ଶିକ୍ଷକ ଶିବିରରେ ଆନନ୍ଦ ଖେଳି ଯାଇଛିI ଏହି ଅବସରରେ ଗୋଷ୍ଠୀ ଶିକ୍ଷା କାର୍ଯାଳୟର ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ, ଅତିରିକ୍ତ ଏ.ବି.ଇ.ଓ ନମିତା ସେଠୀ, ଜିଲ୍ଲା ଜୁନିୟର ରେଡ୍ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି,ବିଇଓ କାର୍ଯାଳୟର ରଞ୍ଜନ କୁମାର ବେହେରା,ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା,କାର୍ଯ୍ୟାଳୟର କର୍ମକର୍ତ୍ତା ସୁନିତା ମହାପାତ୍ର,ଗଙ୍ଗା ମଣି ମାଝୀ, ଶିକ୍ଷୟତ୍ରୀ ଦୀପ୍ତିରେଖା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ବି.ଇ.ଓ ଶ୍ରୀ ପ୍ରଧାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରିଥିଲେI ସେହିପରି ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବେ ଶ୍ରୀ ଅଖିଳ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଦାୟିତ୍ୱ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛିIବିଦ୍ୟାଳୟ ପକ୍ଷରୁ ବରିଷ୍ଠ ଶିକ୍ଷୟତ୍ରୀ ଦର୍ଶନା ଦତ୍ତ ପୁଷ୍ପ ଗୁଚ୍ଛ ପ୍ରଦାନ କରି ବିଦ୍ୟାଳୟ ବିଷୟରେ ଅବଗତ କରାଇଥିଲେ I ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ I

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More