ରାଇରଙ୍ଗପୁର ବନ ବିଭାଗ ତରଫରୁ ଚୋରା ୭୮ ଖଣ୍ଡ ଶାଳ ଚୌକାଠ ଜବତ, କାଠ ମାଫିଆ ଫେରାର

11

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ) : – ଦିନକୁ ଦିନ ଜଙ୍ଗଲ ମାଫିଆ, ଚୋରା କାଠ ମାଫିଆ, ଜୀବଜନ୍ତୁ ତସ୍କରଙ୍କ ପ୍ରାଦୁର୍ଭାବ ମୟୂରଭଞ୍ଜ ଜିଲ୍ଲାରେ ବଢ଼ି ଚାଲିଛି । ସୂଚନାଯୋଗ୍ଯ ଯେ ରାଇରଙ୍ଗପୁର ବନ ବିଭାଗ ରବିବାର ରାତି ୮.୩୦ ଟା ପାଖାପାଖି ସମୟରେ କୌଣସି ସୂତ୍ରରୁ ଖବର ପାଇଲା ଯେ ପିକ୍ ଅପ୍ ଭେନ ଚୋରା ଚୌକାଠ ଧରି ରାଇରଙ୍ଗପୁର ସହର ଆଡ଼କୁ ଆସୁଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ନଳିନୀକାନ୍ତ ବେହେରା,ଏସିଏଫ ଶ୍ରୀ ବୈଦ୍ୟନାଥ ମାଝୀଙ୍କ ନିର୍ଦେଶକ୍ରମେ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ସତ୍ୟବ୍ରତ ପଟନାୟକ ଏବଂ ସହଯୋଗୀ ପ୍ରମୁଖ ପିଛା କଲାରୁ ପିକ ଅପ୍ ଭେନ ଡ଼୍ରାଇଭର ଭୟରେ ପ୍ରାଣ ବିକଳରେ ପାଣପୋଷି ପାଖରେ କାଠକୁ ଓହ୍ଲାଇ ଗୋରୁମହିଷାଣୀ ଆଡ଼କୁ ଛୁ ମାରିଥିଲା । ସେଥିରେ ୭୪ ଖଣ୍ଡ ଶାଳ ଚୌକାଠ ଥିଲା ଯାହାର ଆନୁମାନିକ ମୂଲ୍ୟ ୪୦,୦୦୦ ଟଙ୍କାରୁ ଉର୍ଦ୍ଧ୍ବ। କାଠକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟ ଆଣି ଏକ ମାମଲା କେଶ ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି।ଚଢ଼ାଉରେ ବନପାଳ ବିପିନ ବେହେରା,ବନରକ୍ଷୀ ରଣଜୀତ ମହାନ୍ତ, ପରମାନନ୍ଦ ମହାନ୍ତ, ଯଶୋବନ୍ତ ମହାକୁଡ଼,ରାମଦାସ ମାଝୀଙ୍କ ପାରାଷ୍ଟାଫ ସାମିଲ ହୋଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More