ରାଇରଙ୍ଗପୁର ପିସିଏମ ଭବନରେ ବିଜୁଳି ମହୋତ୍ସବ ଅନୁଷ୍ଠିତ

27

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ଭାରତର ସ୍ବାଧୀନତାର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ ‘ ପାଳନ ଅବସରରେ ଶକ୍ତି ମନ୍ତ୍ରାଳୟ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପୋସାକୋ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପୂର୍ଣଚନ୍ଦ୍ର ଭବନ ପରିସରରେ ବିଜୁଳି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେଅନ୍ଯତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଜକିଶୋର ପରିଡା, ସିନିଅର ଜେନେରାଲ ମ୍ୟାନେଜର (ଓପିଟିସିଏଲ),ହରିଶ କୁମାର ପଣ୍ଡା, ଏହି(ଟିପିଏନଓଡିଏଲ),ପ୍ରଦୀପ କୁମାର ନନ୍ଦ,ସିନିଅର ଜେନେରାଲ ମେନେଜର,ଶ୍ଯାମଲ କୁଅଁର(ପୋସୋକୋ), ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାକୁ ପାଳନ କରିବା ନିମନ୍ତେ ଏବଂ ବିଦ୍ୟୁତ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ବିଜୁଳି ମହୋତ୍ସବର ଉଦେଶ୍ୟ ବୋଲି ଅତିଥିଗଣ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମ ଓ ସହରରେ ବିଦ୍ୟୁତ ସଂଯୋଗୀକରଣ ସହ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଜନାର ସମସ୍ତ କାର୍ଯ୍ୟକାରୀତା ସଫଳ ରୂପାୟନ ସହ ସହ ଉପକାରିତା ଲବ୍ଧବାନ ହେଉଛନ୍ତି ।ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସମେତ ଦୁଇଟି ସ୍ଥାନରେ ଏହି ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି । ସରକାରଙ୍କ ଲୋକାଭିଯୋଜନା ସଂପର୍କରେ ଜନସେଚତନତା ସୃଷ୍ଟି କରିବା ନିମନ୍ତେ ଏହି ମହୋତ୍ସବ ଉଜ୍ଜ୍ବଳ ଭାରତ, ଉଜ୍ବଳ ଭବିଷ୍ୟତ ପାଳନ କରାଯାଉଛି ।ଉତ୍ସବରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଥିଲା । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସଚେତନ କାର୍ଯ୍ୟକ୍ରମ ପାଲା ଓ ଛଉ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ଶିକ୍ଷକ ରଂଜନ ନନ୍ଦ। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More