ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବାମନଘାଟୀ ସଦର ମହକୁମା ଉପଖଣ୍ଡ ରାଇରଂଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସ ଓଡ଼ିଶା ପ୍ରଦେଶ ସେବାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଭାରତ ପ୍ରଶାସନିକ ସେବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ ଭାରତ ପୋଲିସ ସେବା ରାଇରଂଗପୁର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ITDA ହେମନ୍ତ କୁମାର ସିଂ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଉପଖଣ୍ଡ ଚିକିତ୍ସା ଅଧିକାରୀ,ବାମନଘାଟୀ ଉପଖଣ୍ଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ,ତହସିଲଦାର, ରାଇରଂଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ,ଉପଖଣ୍ଡ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଥିଲେ । ଉକ୍ତ ଶିବିରରେ ମୁଖ୍ୟତଃ ଜମିଜମା ସମ୍ବନ୍ଧୀୟ,ରେଡକ୍ରସ ପାଣ୍ଠି ସହାୟତା,ଆବାସ ଯୋଜନା,ଭତ୍ତା ପ୍ରଦାନ ଓ ଚିକିତ୍ସା ସହାୟତା ସମ୍ବର୍କିତ ମୋଟ ଛୟାଳିଶିଟି ପଂଜୀକରଣ ହୋଇଥିବା ବେଳେ ତେତିଶି ଟି ବ୍ୟକ୍ତିଗତ ହୋଇଥିବା ବେଳେ ତେର ଟି ସାମୁହିକ ସମସ୍ୟା ଭିତ୍ତିକ ଥିଲା।ସେଥି ମଧ୍ୟରୁ ଗୋଟିଏ ସମସ୍ୟାର ସମାଧାନ ଶିବିରରେ ହୋଇଥିଲା। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More