ରାଇରଙ୍ଗପୁର ଟାଉନଥାନା ପରିସରରେ ଚବିଶ ପ୍ରହରୀ ଅଖଣ୍ଡ ହରି ସଂକୀର୍ତ୍ତନ ଅନୁଷ୍ଠିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ହରି ନାମ ଉଚ୍ଚାରଣରେ ଜଣଙ୍କର ହୃଦୟ ପବିତ୍ର ହୋଇଉଠେ | ସେ ହିଁ ଜାଣେ ଏହାର କି ମହତ ଉଦେଶ୍ୟ ରହିଛି |ଏହି ଭକ୍ତି ରସାମୃତ କାର୍ଯ୍ୟକ୍ରମ ରାଇରଙ୍ଗପୁର ଟାଉନ ଥାନା ପରିସରରେ ଚାଲିଛି | ଯାହା ୧୯୫୦ରୁ ଆରମ୍ଭ ହୋଇଛି | ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହାଆଡମ୍ବରରେ ଚବିଶ ପ୍ରହରୀ ଅଖଣ୍ଡ ହରି ସଂକୀର୍ତ୍ତନ ଅନୁଷ୍ଠିତ ହେଉଅଛି | ଭକ୍ତମାନେ ଯୁଗଳ ମୂର୍ତ୍ତୀ ରାଧାକୃଷ୍ଣଙ୍କ ଠାରେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଭକ୍ତିପୂତ ନୈବେଦ୍ୟ ସମପି ଦେଇଥାନ୍ତି |ଏଥିରେ ଛଅଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି |ଯାହାକି ଝାଡଖଣ୍ଡର ଲୁପୁଙ୍ଗ,ପୁରୁଲିଆ,ଚାଣ୍ଡିଲ,କୁଆଲି, ମୂଷାବଣୀ ଓ ଓଡିଶାର ଜାମଦା ରୁ ଦଳ ଆସିଛନ୍ତି | ସୁନ୍ଦର ବେଶଭୂଷା ସାଙ୍ଗକୁ ବାଦ୍ୟ ନୃତ୍ୟର ତାଳେ ତାଳେ ଜୟ ରାଧା ଜୟ କୃଷ୍ଣ ନାମ ଉଚ୍ଚାରଣ କଲାବେଳେ ଦଳ ମାନଙ୍କର ଭାବଭଙ୍ଗିରେ ଲୋକେ ଆତ୍ମତୃପ୍ତି ଲାଭ କରନ୍ତି | ଯୁଗଳ ମୂର୍ତ୍ତୀ ରାଧାକୃଷ୍ଣଙ୍କର ମନୋଲୋଭା ରୂପ ଦର୍ଶନ କରି ଭକ୍ତ ସନ୍ତୋଷ ଲାଭକରନ୍ତି | ପୁରୋହିତମାନଙ୍କର ବେଦଧ୍ବନିରେ ରାଇରଙ୍ଗପୁର ଟାଉନ ଥାନା ପରିସର ଆଜି ଧନ୍ୟ ମନେ କରିଛି | ଏହା ସହ ଗଗନ ପବନ ଓ ଧରିତ୍ରୀ ନିଜକୁ ସୌଭାଗ୍ୟ ମଣୁଛନ୍ତି | ଉକ୍ତ ହରି ସଂକୀର୍ତ୍ତନକୁ ଦେଖିବା ପାଇଁ ଦୂରଦୁରାନ୍ତର ଓ ସ୍ଥାନୀୟ ଲୋକମାନଙ୍କର ଗହଳିଚହଳି ଲାଗିରହିଛି | ଏହି ହରିନାମ ସଂକୀର୍ତ୍ତନର ଅଧିବାସ ପୂଜା ୨୮ ତାରିଖ ହୋଇଥିବା ବେଳେ ନାମାଜପ ୨୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨ ତାରିଖ ମଙ୍ଗଳବାର ଏହାର ପୂଣ୍ଣାହୃତି ହୋଇ ସମାପନ ପରେ ଦଧିହାଣ୍ଡି ନେଇ ସହର ପରିକ୍ରମା କରିଥିଲେ | ନାନା ଗୀତର ଛନ୍ଦେ ଘର ଦୁଆରକୁ ବୁଲିଥିଲେ। କମିଟୀ ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଥିଲା।| ଏଥିରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପ୍ରଶାସନ,ତ୍ରିନାଥ ମନ୍ଦିର କମିଟୀ ଓ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଆଜି ସଂକୀର୍ତ୍ତନର ପୂର୍ଣାହୁତି ସହିତ ଉଦଯାପିତ ହୋଇଥିଲା। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More