ରାଇରଙ୍ଗପୁର ଛଠପୂଜା କମିଟିର ଛଠଘାଟ ପରିଦର୍ଶନ

55

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରାଇରଙ୍ଗପୁର ଛଠ ମହୋତ୍ସବ ୨୦୨୩ବର୍ଷ ନିମନ୍ତେ ଛଠ ପୂଜା କମିଟି ରାଇରଙ୍ଗପୁରର ସଦସ୍ଯ ମାନଙ୍କ ଦ୍ବାରା ଖଡଖାଇ ନଦୀକୂଳରେ ଛଠ ଘାଟ ପରିଦର୍ଶନ କରାଯାଇଛି।ସଭାପତି ବିଜୟ କୁମାର ରାମଙ୍କ ତତ୍ତ୍ବାବଧାନ ରେ ଆୟୋଜିତ ଏହି ପରିଦର୍ଶନ ରେ ଛଠପର୍ବ ୨୦୨୩ବର୍ଷ ନିମନ୍ତେ ପାରମ୍ପରିକ ଛଠ ଘାଟରେ ହିଁ ଆୟୋଜିତ କରିବାର ନିଷ୍ପତି ନିଆଯାଇ ଅଛି। ଏଥିପାଇ ଇରିଗେସନ ବିଭାଗ, ମ୍ୟୁନିସିପାଲିଟି,ଏବଂ ଉପଜିଲ୍ଲାପାଳଙ୍କ ସହିତ ଚର୍ଚ୍ଚା କରାଯିବାର ଯୋଜନା କରାଯାଇଛି। ଏହି ପରିଦର୍ଶନ ଦଳରେ ଅବଧେଶ ମିଶ୍ର, ରାଜେଶ ପ୍ରଜାପତି, ବିନୋଦ ଦାସ, ଲାଲବାବୂ ସାଓ, ସଂତୋସ ସିଂହ,ମଦନ ରଜକ,କିଶୋର ରଜକ, ଛୋଟୂ ଯାଦବ, ସୌରଭ ପଟ୍ଟନାୟକ, ମନୁ ପ୍ରସାଦ, ମୟଙ୍କ ମିଶ୍ର ଓ ଅନ୍ଯାନ୍ଯ ସଦସ୍ଯ ମାନେ ଉପସ୍ଥିତ ଥିଲେ।ଦୁର୍ଗାପୂଜା ସମାପନ ପରେ ପ୍ରସ୍ତୁତି ବୈଠକ ଆୟୋଜିତ କରାଯିବା ପାଇଁ ସ୍ଥିର କରାଯାଇଛି।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More