ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଭାରତ ହେଉଛି ବୀରଭୂମି । ଏଠାରେ ଗୌ ସମ୍ପଦ ସୁରକ୍ଷା ଦିଆଯାଇଥାଏ । କିନ୍ତୁ ଆଜିକାଲି ଅସାଧୁ ଲୋକେ ନିଜ ସ୍ବାର୍ଥ ପାଇଁ ଗୌମାନଙ୍କୁ ଭାରତ ବାହାରକୁ ପଠାଇଦେଉଛନ୍ତି । ଯାହା ଆମ ଭାରତ ବର୍ଷ ପାଇଁ ବଡ ଲଜ୍ୟାକର ବିଷୟ ଅଟେ । ଆମେ ଗୋକୁ ମା ଏବଂ ଦେବତା ପୂଜା କରିଥାଉ । ପୁଣି ଗୋ ରକ୍ଷା କରିବା ବ୍ୟକ୍ତି,ସାମ୍ପଦାୟିକ ନୁହେଁ, ଏହା ସମସ୍ତ ନାଗରିକମାନଙ୍କର ପରମ କର୍ତ୍ତବ୍ୟ । ସେମାନଙ୍କର ସେବା କରିବା ପାଇଁ ଭାରତର କୋଣ ଅନୁକୋଣରେ ଗୋଶାଳା ପ୍ରତିଷ୍ଠା କପାଯାଇଛି । ରାଇରଂଗପୁର ଠାରେ ମଧ୍ୟ ଗୋଶାଳା ୧୯୫୮ରେ ପ୍ରତିଷ୍ଠା କରାଯାଇଥିଲା । ରାଇରଙ୍ଗପୁର ଗୋଶାଳା କମିଟୀ ଆନୁକୂଲ୍ୟରେ ୬୪ତମ ଗୋପାଷ୍ଠମୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ସଭାକୁ ପରିଚାଳନା ଓ ବାର୍ଷିକ ବିବରଣୀ ଦେବାକୁ ଯାଇ କରିଥିଲେ ବିଜୟ ଅଗ୍ରୱ୍ବାଲ ଯେ ଏଠାରେ ଦୁଧିଆଳୀ ଗାଈ ୫୧,ଗର୍ଭବତୀ ଗାଈ ୩୫, ବୁଢା ଗାଈ୧୫, ରୋଗୀଣା ଗାଈ୧୧୪, ଷଣ୍ଢ ୧୧, ବଳଦ ୮, ଅଣ୍ଡିଆ ବାଛୁରୀ ୮, ମାଈ ବାଛୁରୀ ୫୬, କ୍ଷୀର ପିଉଥିବା ଗାଈ ଛୁଆ ୫୮, ସମୁଦାୟ ୩୫୬ ପ୍ରାଣୀ ଅଛନ୍ତି । ଗାଈମାନଙ୍କର ଘାସ, କୁଟା, ଦାନା,କର୍ମଚାରୀ ତଥା ଅନ୍ୟାନ୍ୟ ଖର୍ଚ୍ଚରେ ଦୈନିକ ୨୫ ହଜାରରୁ ଉର୍ଦ୍ଧ ଖର୍ଚ୍ଚ ହେଉଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଗୋଶାଳା କମିଟୀ ଚେୟାରମେନ୍ ଅନୁପ ଚାନ୍ଦ ଗୋଟିଆ , ସମ୍ମାନିତ ଅତିଥି ଭାବେ ମରୋଡା ବିଧାୟକ ରାଜ କିଶୋର ଦାସ ,ଶ୍ୟାମ ସୁନ୍ଦର ବେରିଆ ଓ ଶ୍ୟାମ ସୁନ୍ଦର ଅଗ୍ରୱ୍ବାଲ ଯୋଗ ଦେଇ ଗୌ ସମ୍ପଦ ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟପ୍ରଦାନ କରିଥିଲେ ତଥା କମିଟୀର ସଭାପତି ରବି ଅଗ୍ରୱ୍ବାଲ,ସମ୍ପାଦକ ଗୌରି ସାରଡା,କୋଷାଧକ୍ଷ ମୁକ୍ତିଲାଲ ଅଗ୍ରୱ୍ବାଲ ଉପସ୍ଥିତଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସୁଧାବାଳା ପଟ୍ଟନାୟକ,ସୁରତ ପଟ୍ଟନାୟକ,ରବି ଜୋସି,ଅନୁପ ଅଗ୍ରୱ୍ବାଲ,ମାରୱ୍ବାଡି ଯୁବାମଂଚ,ମାରୱ୍ବାଡି ମହିଳା ମଂଚ,ଅଚିତା ,ମିନାଙ୍କୁ ସମ୍ମାନିତ କରାଯାଇଥିଲା । ସଭାସାଙ୍ଗ ପରେ ସ୍କୁଲ ପିଲାମାନେ ନାଚ ଗୀତର କାର୍ଯ୍ୟକ୍ରମ ହୋଇଥିଲା । ଏହି ମହନୀୟ କାର୍ଯ୍ୟକ୍ରମକୁ ଦେଖିବାପାଇଁ ରାଇରଙ୍ଗପୁର ତଥା ଆଖପାଖ ଅଂଚଳ ଲୋକେ ଭିଡ ଜମାଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।