ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

7

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ର ରାଇରଙ୍ଗପୁର ସଦର ଠାରେ ଉପଖଣ୍ଡ ସ୍ତରୀୟ ଜନଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି , ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଆଜି ତା ୧୩ /୦୬୵୨୦୨୨୵ ରିଖ ରେ ମୋଟ ୬୦ ଟି ଅଭିଯୋଗ ପୁଞ୍ଜିକୃତ ହୋଇଥିଲା , ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ବିନିତ ଭରଦ୍ବାୱାଜ୍ , ଜିଲ୍ଲା ଆରକ୍ଷୀ ଅଧ୍ଯକ୍ଷ ଶ୍ରୀଯୁକ୍ତ ରୁଷିକେଶ ବ୍ଯାନଦେୱ ଖିଲାରୀ , ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ , ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ , ରାଇରଙ୍ଗପୁର ଏସ୍ ଡି ପିଓ ଶ୍ରୀଯୁକ୍ତ ରତିକାନ୍ତ ଗିରି ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶିବିର କୁ ଆସୁଥିବା ସମସ୍ଯା ଗୁଡିକର ସମାଧାନ କରିବାପାଇଁ ଜନସାଧାରଣ ଯେମିତି ଜନଶୁଣାଣୀର ସୁଫଳ ପାଇପାରିବେ ସେଥି ପାଇଁ ଧ୍ଯାନ ଦେବା ଦେବାକୁ ବିଭିନ୍ନ ପଦାଧିକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଜନଶୁଣାଣୀ ଶିବିର ରରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସାଗର ନାଏକ, ବାମନଘାଟୀ ଉପଖଣ୍ଡ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷ୍ଠି ଶିକ୍ଷା ଅଧିକାରୀ , ତହସିଲଦାର, ରାଇରଙ୍ଗପୁର ପୌରପରିଷଦ ନିର୍ବାହୀ ଅଧିକାରୀ , ଉପଖଣ୍ଡ ସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇଥିଲା । ଅଭିଯୁକ୍ତ ମଧ୍ଯ ରେ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ରେଡକ୍ରସ ପାଣ୍ଠିରୁ ସହାୟତା , ଆଭାସ ଯୋଜନା , ଭତ୍ତା ପ୍ରଦାନ ଓ ଚିକିତ୍ସିତ ସେବା ସଂମ୍ପର୍କିତ ମୋଟ ୬୦ ଟି ଅଭିଯୋଗ ପୁଞ୍ଜିକୃତ ହୋଇଥିବା ବେଳେ ତନମଧ୍ଯରୁ ୪୨ ଟି ବ୍ଯକ୍ତିଗତ , ୧୮ଟି ସାମୁହିକ ଭିତ୍ତିକ ଅଭିଯୋଗ ହୋଇଥିଲା , ୩ଟି ଅଭିଯୋଗ ତତ୍କାଳୀନ ସମାଧାନ କରାଯାଇ ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା , ଅନ୍ଯ ଜଣେ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଓ ଏହି ପରି ମୋଟ ୧୫ ହଜାର ଟଙ୍କା ର ସହାୟତା ପ୍ରଦାନ କରାଯାଇଥିଲା , ଅନ୍ଯ ଅଭିଯୋଗ ଗୁଡିକର ର ସମସ୍ଯା ସମାଧାନ ପାଇଁସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More