ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ୩କିମି ରାସ୍ତା ଚଳାଇଲେ ମାଣିକ ପୁର ପଂଚାୟତ ବାସୀ ।

10

Get real time updates directly on you device, subscribe now.

ମୟୂରଭଞ୍ଜ(ସଂଘର୍ଷ ମିଡିଆ) ବାମନଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ମାଣିକପୁର ପଂଚାୟତ ଆଦିବାସୀ ଅଧ୍ୟୁଷିତ ମାଣିକପୁର ଗାଁ ମୁଣ୍ଡ ରେ ନିମ୍ନମାନର ରାସ୍ତା କାମ ହୋଇଛି ।ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଏବେ ପାଟପୁର ଠାରୁ ବିଶୋଇ ପଂଚାୟତ ସମିତି ସୀମା ଭାୟା-ବଳରାମପୁର, ପାଉଁଶିଆ,ବାନ୍ଧ ଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାମ ଚାଲିଛି। ନିର୍ମାଣଧୀନ ଏହି ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା କାରଣରୁ ଏହା ଦୁଇଦିନ ଧରି ହୋଇଥବା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି l ବିଶେଷ କରି ରାତିରେ ସିମେଣ୍ଟ କଂକ୍ରିଟ କାମ କରାଯାଉଛି l ଏହାଦ୍ୱାରା ରାସ୍ତା କାମ ନିମ୍ନମାନର ହେଉଥିବା ସ୍ପଷ୍ଟ ଜଣାପଡୁଛି l ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ହୋଇଥିବା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଥିଲେ l ଅଭିଯୋଗ ତଦନ୍ତ କରିବା ପାଇଁ ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ଆସିଥିଲେ l ମାଣିକପୁର ପଂଚାୟତ ବାସୀ ସରକାରୀ ବାବୁ ଙ୍କୁ ୩ଘଣ୍ଟା ରାସ୍ତା ଚଲାଇ ଥିଲେ l ବାନ୍ଧଗାଁ ଗାଁ ମୁଣ୍ଡ ରେ ଅଦ୍ଧ ନିର୍ମିତ କାଲଭେଟ ପଡି ରହିଥିଲା l ଫଳ ରେ ଯିବା ଆସିବା ରେ ଅନେକ ଅସୁବିଧା ହେଉଛି l ସେହି କାଲଭେଟ ନିକଟରେ ସରକାରୀ ବାବୁ ଙ୍କୁ ୪ଘଣ୍ଟା ଅଟକ ରଖିଥିଲେ l . ରାଇରଙ୍ଗପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା ଅହି କlଲଭେଟ କାମ ଟି କୁ ଆଜି କାଲି ଭିତରେ ଶେଷ କରିବେ ଏବଂ ନିମ୍ନମାନ କାମ ପାଇଁ କଂଟ୍ରାକଟର ଓ କନିଷ୍ଠ ଯନ୍ତ୍ରୀ ଉପରେ ଉପଯୁକ୍ତ କାର୍ଯାନୁଷ୍ଠାନ କରାଯିବ ବୋଲି ଲିଖିତ ଭାବରେ ମାଣିକପୁର ପଂଚାୟତ ବାସୀ ଙ୍କୁ ଦେଲେ l ଏହା ପରେ ସରକାରୀ ବାବୁ ଙ୍କୁ ଛାଡି ଥିଲେ .କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More