ରାଇରଙ୍ଗପୁରର ଖଡ଼ଖାଇ ନଈ କୂଳେ ଛଠ୍ ପର୍ବ ମହା ସମାରୋହରେ ପାଳିତ

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରେ ଛଠ୍ ପର୍ବ ଏକ ଅନନ୍ୟ ପର୍ବ ।ଉତ୍ତର ଭାରତୀୟ ସଂପ୍ରଦାୟ ତରଫରୁ ଛଠ୍ ପର୍ବ ଅଥବା ସୂର୍ଯ୍ୟ ଉପାସନା ଧୁମ୍ ଧାମରେ ପାଳିତ ହୁଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ଅନ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇ ଆସ୍ଥା ଓ ବିଶ୍ବାସର ପୂଜା ଛଠ୍ ପର୍ବରେ ସାମିଲ ହେଲେଣି । ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ସହର , ଗୋରୁମହିଷାଣୀ,ଵହଳଦା,ଯଶିପୁର ଆଖପାଖ ଉତ୍ତର ଭାରତୀୟ ବସବାସ କରୁଥିବା ଅଞ୍ଚଳରେ ଛଠ୍ ପର୍ବ ମହା ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ଲକ୍ଷ୍ୟ କରାଯାଉଛି । ରାଇରଙ୍ଗପୁର ସହରର ପୂଣ୍ଯତୋୟା ଖଡଖାଈ ନଦୀ କୂଳରେ ଛଠ୍ କମିଟି ତରଫରୁ ୧୯୯୪ ମସିହା ତଥା ୨୯ ବର୍ଷ ହେଲା ପାଳନ କରାଯାଉଛି ।ଛଠ୍ ବ୍ରତୀମାନେ ନିଷ୍ଠାର ସହ ଏହି ପୂଜା ନୀତି ନିଷ୍ଠାର ସହ ପାଳନ କରିଥାନ୍ତି ।କାଳୀ ପୂଜାର ୬ ଦିନପରେ ଏହି ଉପାସନା ଆରମ୍ଭ ହୋଇଥାଏ ।ଏହାର ପୂଜାବିଧି ଅନୁସାରେ ଉପାସନାର (ପୂଜାର ପ୍ରଥମ ଦିନ) କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଦିନରେ ନାହାଏ ଖାଏ, (ଲାଉ ଭାତ), ଦିତୀୟ ଦିନରେ ତଥା ପଞ୍ଚମୀରେ ଖରନା(ଖିରି,ପୁରି)ଷଷ୍ଠୀ ଦିନ ନିର୍ଜଳା ଉପବାସ ସହ ଖଡଖାଇ ନଦୀ ତଟ ଏବଂ ଆଖପାଖ ଜଳାଶୟରେ ସଂଡିୟାରେ ବ୍ରତୀଧାରୀମାନେ ସ୍ନାନ କରି ଅସ୍ତଗାମୀ ସୂର୍ଯ୍ୟଙ୍କୁଦୀପ,ଧୂପ, ଭୋଗରାଗ, ନୈବେଦ୍ୟ ଅର୍ପଣ କରି ଅର୍ଘ୍ୟ ଅର୍ପଣ କରିଥିଲେ ।ଆଜି ସପ୍ତମୀ ଦିନ ଭୋରୁ ବ୍ରତୀ ଓ ସପରିବାର ଲୋକେ ମୁଣ୍ଡରେ ଡଲାରେ ଫଳ,ପୁଷ୍ପ,ଧୂପ,ଦୀପ,ଆଖୁ,ଠେକୁଆ ଭୋଗ, ଧରି ଖଡଖାଈ ନଦୀଘାଟ କୁ ଯାଇ ସେଠାରେ ନଦୀରେ ସ୍ନାନ କରିବା ସହ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କରିଥିଲେ । ସେଠାରୁ ଫେରି ଛଠ୍ ଘାଟରେ ଥିବା ମୃଣ୍ମୟ ଆକର୍ଷଣୀୟ ମୂର୍ତ୍ତି ସୂର୍ଯ୍ୟ ଦେବତା ଏବଂ ତାଙ୍କ ଭଉଣୀ( ଛଠ ମୈୟା) ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ଘରକୁ ଫେରିଥିଲେ ।ଆସ୍ଥା ଓ ବିଶ୍ବାସ ଅଛି ଯେ ସୂର୍ଯ୍ୟ ଦେବତା ସକଳ ଆଧାରର ଶକ୍ତି । ସୂର୍ଯ୍ୟଙ୍କ ବିନା ଜୀବଜନ୍ତୁ, ବୃକ୍ଷଲତା ,ମଣିଷ ତଥା ସୃଷ୍ଟି ଅସମ୍ଭବ ।ଏହି ପୂଜା ପାଳନ କଲେ ସମସ୍ତଙ୍କର ମାନସିକ ପୂର୍ଣ୍ଣ ହେବା ସହ ଘର,ପରିବାର,ସମାଜର ସୁଖ, ଶାନ୍ତି,, ସମୃଦ୍ଧି ବୃଦ୍ଧି ହୋଇଥାଏ ।ଦ୍ବାପର ଯୁଗରେ ଦ୍ରୌପଦୀ ମଧ୍ୟ ସୂର୍ଯ୍ୟ ଉପାସନା କରିଥିଲେ । ଛଠ୍ ପୂଜା କମିଟି ତରଫରୁ ସଂପାଦକ ରାଜେଶ ପ୍ରଜାପତି, ପଣ୍ଡିତ ଅବଧେଶ ମିଶ୍ର,ଲାଲବାଵୁ ସାହୁ,କିଶୋର ରଜକ,ସନ୍ତୋଷ ସିଂ,ରାଜେଶ ରାମ,,ରଂଜନ ରାମ,ବିନୋଦ ଦାସ ,ମଦନଲାଲ ରଜକ‌ ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।ସହରବାସୀ ଛଠ୍ ପର୍ବକୁ ଆନନ୍ଦ ଉଲ୍ଲାସର ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିଥିବାରୁ ସଂପାଦକ ରାଜେଶ ପ୍ରଜାପତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More