ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଦର୍ଶନ

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ରାଇରଙ୍ଗପୁର ସହରରେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ପ୍ରଶାନ୍ତି ନିଳୟମ୍ ପୁଟ୍ଟପର୍ତ୍ତୀରୁ ଆସି ଓଡିଶାର ସବୁ ଗାଁସହର ପରିକ୍ରମା କରିଥିଲା ଓ ସମସ୍ତେ ବାବାଙ୍କ ଆଶିଷ ପାଇଥିଲେ । ଉକ୍ତ ଅବସରରେ ରାଇରଙ୍ଗପୁରସ୍ତ ଜଗନ୍ନାଥ ମନ୍ଦିରରେ ଶ୍ରୀ ସତ୍ୟସାଇ ନିର୍ମଳଝର (ଶୁଦ୍ଧ ପାନୀୟ ଜଳ)ର ଶୁଭ ଉଦଘାଟନ ସତ୍ୟସାଇ କମିଟିର ମୁଖ୍ୟ ବିଶ୍ୱରଂଜନ ସାହୁ ଭାଇଙ୍କ କରକମଣ୍ଡଳରେ କରାଯାଇଥିଲା । ଏହି ଦିବ୍ୟ ପାଦୁକା ଗତ ନଭେମ୍ବର ରେ ବିଶୋଇ ଠାରୁ ରାଇରଙ୍ଗପୁର ସମିତିକୁ ଆସି ଦୁଇ ଡିସେମ୍ବର ପର୍ଯ୍ୟନ୍ତ ରାଇରଙ୍ଗପୁରବାସୀଙ୍କୁ ଆର୍ଶୀବାଦ ଦେଇ ପଞ୍ଚପିଡ଼ ଉପଖଣ୍ଡ ଯଶିପୁର ଏବଂ କରଂଜିଆକୁ ଦିବ୍ୟ ପାଦୁକା ରଥ ସମର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟସାଇ ସମିତିର ଆବାହକ ଅଶୋକ ପ୍ରଜାପତି ଭାଇ,ଧରଣୀଧର ଭାଇ,ରବୀନ୍ଦ୍ର ଭାଇ,ରସାନନ୍ଦ ଲେଙ୍କା ଭାଇ,ପ୍ରଭାକର ଭାଇ,ଦେବଦତ୍ତ ଭାଇ,କାହ୍ନୁ ଭାଇ,ଲୁଲୁ ଭାଇ,ଶୁଭମ୍ ଭାଇ,ଟୁଟୁ ଭାଇ,ଅଶୋକ ଭାଇ,ଦେବାଶିଷ ଭାଇ,ସାହିଲ ଭାଇ,କଟି ଭାଇ,ଶିବୁ ଭାଇ ,ରାଜା ଭାଇ,ଦେବନନା ଏବଂ ଶୁଶିଲା ଭଉଣୀ,ମାମି ଭଉଣୀ,କଳ୍ପନା ଭଉଣୀ,ମାମିନା ଭଉଣୀ,ଜେନା ଭଉଣୀ,ଭାରତୀ ଭଉଣୀ,କାକୁଲ୍,କବିତା ଭଉଣୀ ଓ ମାମା ଭଉଣୀ ପ୍ରମୁଖ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More