ରାଇରଙ୍ଗପୁରରେ ମା ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ରାଇରଙ୍ଗପୁର ଠାରେ ପବିତ୍ର ଗଜଲକ୍ଷ୍ମୀ ପୂଜା ମହାସମାରହରେ ପାଳିତ ହୋଇଯାଇଛି। ସମଗ୍ର ମୟୁରଭଞ୍ଜ ଜିଲ୍ଲା ଆଜିର ଦିନରେ ଚଳଚଂଚଳ ହୋଇଉଠିଛି। ରାସ୍ତାଘାଟ ,ସାହି, ଗଳି ସବୁଆଡେ ମା ଲକ୍ଷ୍ମୀଙ୍କର ପୂଜାଅର୍ଚ୍ଚନା। ସେପରି ରାଇରଂଗପୁର ର ମୁଖ୍ୟତଃ କୁଚେଇବୁଢୀ,ମହୁଲଡିହା, ପୁରୁଣାଘାଟୀ,ଗଢ,ଦୁର୍ଗାମଣ୍ଡପ ଛକ, ବଜାର ଡେଲି ମ୍ୟାକେର୍ଟ,ଇଚିଣ୍ଡା ସବୁଆଡେ ଆଜି ମା ପୂଜା ପାଉଛନ୍ତି। ରଂଙ୍ଗବେରଙ୍ଗର ଲାଇଟ୍ ସାଙ୍ଗକୁ ଚିତାକର୍ଷକ ମେଢ ଦେଖଣାହାରୀଙ୍କୁ ମୋହିତ କରିପକାଇଛି। ସବତ୍ର ଚାଲିଛି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା। ମନଲୋଭା ମାଙ୍କର ରୂପକୁ ଭକ୍ତମାନେ ଦେଖି ଆନନ୍ଦ ଉପଭୋଗ କରୁଛନ୍ତି । ଦୀର୍ଘ ଦୁଇ ବର୍ଷ କରୋନାରେ ମାଙ୍କର ପୂଜାକର୍ମ ବନ୍ଦ ରହିଥିଲା । କିନ୍ତୁ ଆଜି ସେ ଭୟ ନାହିଁ ଲୋକେ ମନଖୁସିରେ ଠାକୁର ଦର୍ଶନ କରି ମା ଙ୍କ ଆଶ୍ରୀର୍ବାଦ ଲାଭ କରୁଛନ୍ତି । ତଥା ସ୍ଥାନେ ସ୍ଥାନେ ସଂଗୀତର ଆସାର ସହିତ ଅବା କେଉଁଠି ନାଚ ର କାର୍ଯ୍ୟକ୍ରମ ଚାଲୁ ରହିଛି । ଭକ୍ତମାନେ ମାଙ୍କୁ ଦେଖିବା ସହିତ ସଂଗୀତ ଓ ନାଚକୁ ଉପଭୋଗ କରୁଛନ୍ତି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More