ରାଇରଙ୍ଗପୁରରେ ବିଶ୍ବ ଏଡ୍ ସ ଦିଵବସ-୨୦୨୩ ପାଳିତ

41

Get real time updates directly on you device, subscribe now.

ରାଇରଙ୍ଗପୁର( ସଂଘର୍ଷ ନିଆଦିଆ) : – ଆଜି ବିଶ୍ବ ଏଡସ ଦିବସ ।ନିଜେ ଏବଂ ସମାଜକୁ ଏଡ୍ସ ଭୟଙ୍କର ରୋଗ ଉପରେ ସଚେତନ କରାଇବା ପାଇଁ ବିଭିନ୍ନ ସ୍ଥାନରେ ଏଡ୍ସ ଦିବସ ପାଳନ କରାଯାଇଛି । ରାଇରଙ୍ଗପୁର ମହା ବିଦ୍ୟାଳୟ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ଶିମିଳିପାଳ ନର୍ସିଂ କଲେଜ ଏବଂ ରାଇରଙ୍ଗପୁର ମହିଳା ମହା ବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିବସ ପାଳନ କରାଯାଇଛି ।ନିଜ ନିଜ ଅନୁଷ୍ଠାନରେ ଏବଂ ରାସ୍ତାଘାଟରେ ଶୋଭାଯାତ୍ରା ସହ ଡାକବାଜି ଯନ୍ତ୍ର ଦ୍ଵାରା ଜନ ସାଧାରଣଙ୍କୁ ସଚେତନ କରାଯାଇଛି । ରାଇରଙ୍ଗପୁର ମହାବିଦ୍ୟାଳୟ ର ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ଏଡ୍ସ ସଂକ୍ରାନ୍ତୀୟ ଏକ ସଭା ପ୍ରିନସପାଲ ତ୍ରିଲୋଚନ ଚକ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ହସ୍ପିଟାଲର ଏଚଆଇଭି ରିସୋର୍ସ ପର୍ସନ ବୈକୁଣ୍ଠନାଥ ସାଲ ଏଚଆଇଭଇ ଭୂତାଣୁ ବ୍ୟାପିବାର ଚାରିଗୋଟି ମାଧ୍ୟମକୁ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ଅବଗତ କରାଇଥିଲେ । ଭୂତାଣୁ ଥରେ ସଂକ୍ରମିତ ହେଲେ କିପରି ଜଣେ ସୁସ୍ଥ ମଣିଷକୁ ମୃତ୍ୟୁ ଯନ୍ତ୍ରକୁ ଟାଣିନେଲା ତାହା ବୁଝାଇଥିଲେ । ତେଣୁ ସମସ୍ତେ ଏଡ୍ସ ବିଷୟରେ ସଚେତନ ହେବା ସହ ସମସ୍ତ ସମ୍ପ୍ରଦାୟକୁ ସଚେତନ କରାନ୍ତୁ । ଜନସାଧାରଣ ସଚେତନ ହେବାସହ ଏବଂ ଆଗକୁ ଆସି ଏହି ଦୁରାସାଧ୍ଯ ରୋଗ ପାଖରୁ ନିଜକୁ ସୁରକ୍ଷା ଦିଅନ୍ତୁ ବୋଲି କହିଥିଲେ । ଅଧ୍ୟକ୍ଷ କହିଥିଲେ ସମସ୍ତେ ଏଚଆଇଭି ସଂକ୍ରମଣ,ନିରାକରଣ,ପରୀକ୍ଷଣ, ଚିକିତ୍ସା ଓ ସଂକ୍ରମିତ ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଭେଦଭାବ ଉପରେ ସଚେତନ କରାଇବା ପାଇଁ ଆଜିର ଦିବସ ଏକ ସୁଯୋଗ । ତେଣୁ ଏଡ଼ସ ରୋଗୀଙ୍କୁ ଘୃଣା କର ନାହିଁ ଏଡ୍ସ ଠାରୁ କିଭଳି ଦୂରେଇ ରହିବା ସେଥିପାଇଁ ସବୁବେଳେ ସତର୍କ ଅବଲମ୍ବନ କର ।କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ଵୀର‌ନାରାୟଣ ଚାଉପଟ୍ଟନାୟକ,ପ୍ରଫେସର ହେମନ୍ତ ଗିରି,ଅଧ୍ୟାପକ ପିତାମ୍ବର ମିଶ୍ର,,ଦାରା ସିଂ ମହାନ୍ତ,ଓ୍ବାଇଆରସି କାଉନସିଲର ହଳଧର ବାରିକ, ପ୍ରୋଗ୍ରାମ ଅଫିସର ମାନସ ସାହୁ,ଏନସିସି ଚନ୍ଦ୍ରକାନ୍ତ ମହାନ୍ତ,,ଯୋଗେଶ୍ଵର ସାଧୁ,ସୋନାଲି ମହାନ୍ତ ଏବଂ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।ପରେ ରାଇରଙ୍ଗପୁର ମହାବିଦ୍ୟାଳୟ ରୁ ଏଡ୍ସ ସଚେତନତା ଶୋଭାଯାତ୍ରା ରାଇରଙ୍ଗପୁର ଗୋଲାଇ ଛକ ପର୍ଯ୍ୟନ୍ତ ଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More