ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ କର୍ମଶାଳା ଅନୁଷ୍ଠିତ

18

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ରାଇରଙ୍ଗପୁର କଲ୍ଯାଣ ମଣ୍ଡପ ଠାରେ ଆଜି ହସ୍ତଶିଳ୍ପ ନିର୍ଦ୍ଦେଶକ ଓଡିଶା ଓ ବାଉଁଶ ଉନ୍ନୟନ ସଂସ୍ଥା ମିଳିତ ସହଯୋଗରେ ବାଉଁଶ ହସ୍ତଶିଳ୍ପ ପଞ୍ଜିକୃତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ , ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶତପଥୀ ଉପସ୍ଥିତ ଥିବା ବେଳେ ହସ୍ତଶିଳ୍ପ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶିକା ସୌମ୍ଯ ସୁରଭିତା ସିଂ ( ମୟୂରଭଞ୍ଜ ) ପ୍ରମୁଖ ଯୋଗଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ବଳ ମଞ୍ଚ ପରିଚାଳନ କରିଥିଲେ । ସଭାରେ ଉପଜିଲ୍ଲାପାଳ ବାଉଁଶ ହସ୍ତଶିଳ୍ପ କାରୀଗର ମାନଙ୍କୁ ଉତ୍ସାହିତ କରିଥିଲେ । ଆପଣମାନଙ୍କ ପ୍ରଚେଷ୍ଟା ପାଇଁ ରାଇରଙ୍ଗପୁର ର ଇଚିଣ୍ଡା ମଉଜାରେ ହସ୍ତଶିଳ୍ପ ବିଭାଗକୁ ୯୬ ଡେସିମିଲ୍ ଜମି ପ୍ରଦାନ କରାଯାଇଛି । ଖୁବ୍ ଶୀଘ୍ର ଉକ୍ତ ଜମିରେ ଏକ ଆଧୁନିକ କର୍ମଶାଳା ଖୋଲାଯିବ , ଏହି କର୍ମଶାଳାରେ ଆପଣ ମାନେ ଆଧୁନିକ ଯନ୍ତ୍ର ର ଯନ୍ତ୍ରାଂଶ ବୈଷୟିକ ଜ୍ଞାନକୌଶଳ ପାଇଁ ଆର୍ଥିକ ମେରୁଦଣ୍ଡ ସଫଳ ହେବା ସହ ନିଶ୍ଚିତ କର୍ମଜୀବି ମହିଳା ଓ ପୁରୁଷ ମାନେ ସମସ୍ତେ ଆତ୍ମନିର୍ଭରଶୀଳ ହୋଇପାରିବେ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ତେଣୁ ଆପଣଙ୍କ ପରିବାରକୁ ଭରଣପୋଷଣରେ ସହାୟକ ନିଶ୍ଚିତ ହୋଇପାରିବେ । ସରକାର ହସ୍ତଶିଳ୍ପ ପାଇଁ ଅନେକ ଯୋଜନା ଆଣିଛନ୍ତି ତାର ଲାଭବାନ ପାଇବେ । ବିଭାଗ ପକ୍ଷରୁ ରାଇରଙ୍ଗପୁର ଅଞ୍ଚଳର ବାଉଁଶ ହସ୍ତଶିଳ୍ପ ପ୍ରଶିକ୍ଷିତା ଶ୍ରୀମତୀ ସୁଧାଂଶୁ ବାଳା ପଟ୍ଟନାୟକଙ୍କୁ ମାନଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଇରଙ୍ଗପୁର ହସ୍ତଶିଳ୍ପ କର୍ମଜୀବୀ ମାନଙ୍କ ପାଇଁ ଖୁସିର ଖବର ଯେତେତୂ ରାଇରଙ୍ଗପୁର ଠାରେ ହସ୍ତଶିଳ୍ପ ବିଭାଗ ଏକ ଆଧୁନିକକରଣ ଆଧୁନିକ ହସ୍ତଶିଳ୍ପ କର୍ମଶାଳା ବିଭାଗ ଖୋଲିବାକୁ ଯାଉଛି , ଏହି କର୍ମଶାଳାରେ ବିଭିନ୍ନ ପ୍ରକାରର ବାଉଁଶ ହସ୍ତଶିଳ୍ପ ର ଆଇଟମ୍ ତିଆରି ହେବ । ବିଶେଷ ଭାବରେ ମହିଳାମାନେ ଅଧିକ ଉପକୃତ ହେବେ । ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ଏହି କର୍ମଶାଳିରେ ବାଉଁଶ କାଟି ଏକ ଫର୍ମରେ ଦୀର୍ଘ ବର୍ଷ ଧରି ବାଉଁଶ କୁ ରଖିବା ପାଇଁ ବାଉଁଶକୁ ଏଠାରେ ରସାୟନିକ ପ୍ରକ୍ରିୟା କରାଯିବାସହିତ ଆକର୍ଷଣିୟ କରାଯିବାର ବେବ୍ଯସ୍ଥା ରହିଛି । ଯେଉଁଥି ପାଇଁ କି ଅଧିକ ଚାହିଦା ହେବା ସହ ମାର୍କେଟ ରେ ଅଧିକ ବିକ୍ରି ହୋଇପାରିବ । ଯେଉଁ ବାଉଁଶକୁ ନେଇ ଘରର ଆସବାପତ୍ର ହେଉ କି ପେନ୍ ଷାଟାଣ୍ଡ ହେଉ କି ବାଉଁଶ ର ଫୁଲ ଚାଙ୍ଗୁଡି ହେଉ ସବୁ ତିଆରି କରି ଏହି କର୍ମଶାଳାରେ ସରକାର ଉଚିତ୍ ମୃଲ୍ଯ ଦେଇ କାରିଗର ମାନଙ୍କ ପାଖରୁ କିଣିବାର ବ୍ଯବସ୍ଥା ରହିଛି । ଉତ୍ପାଦିତ ଜିନିଷକୁ ବିକ୍ରୟ କରିବାର ସରକାରଙ୍କ ତରଫରୁ କରାଯିବ ।ତେଣୁ ତାଲିମପ୍ରାପ୍ତ ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ । ଆଜିର କର୍ମଶାଳା ରେ ୧୦୦ ରୁ ଉର୍ଦ୍ଧ୍ବ ମହିଳାମାନେ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମକୁ ସହଯୋଗ କରିଥିଲେ । ହସ୍ତଶିଳ୍ପ ସଂଯୋଜକ ଦୀପକ ବେହେରା, ଜୀବନ ରାମ୍ ମହାନ୍ତ ,ଯଯାତି ମହାନ୍ତ , ଜୟନ୍ତି ବେହେରା , ରିନାରାଣି ପ୍ରଧାନ , ସଭବାନୀ ମହାନ୍ତ , ଗୀତାରାଣୀ ମହାନ୍ତ , ପଦ୍ମଶ୍ରୀ ମହାନ୍ତ , ଛବିରାଣି ଗିରି ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ବାମନଘାଟୀ ଉପଖଣ୍ଡ ଓ ପାଞ୍ଚପୀଢ ଜିଲ୍ଲା ହସ୍ତଶିଳ୍ପ ସଂଯୋଜକ ଇଂ ଲଲାଟୁନ୍ଦୁ ସର୍ଦାର ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ ଯୋଗଦେଇ ମହିଳା ମାନେ ଉତ୍ସାହିତ ହୋଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More