ରାଇରଙ୍ଗପୁରରେ ବହୁ ପ୍ରତିକ୍ଷିତ ୬ଟି ପ୍ରକଳ୍ପ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଦ୍ବାରା ଲୋକାର୍ପିତ

18

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଦିତୀୟ ବୃହତ୍ତମ ସହର ।ଏହାର ଲୋକସଂଖ୍ୟା ହୁ ହୁ ବୃଦ୍ଧି ପାଉଛି । ଏଥିପାଇଁ ଜନସାଧାରଣଙ୍କ ଆବଶ୍ୟକତା ନେଇ ରାଇରଙ୍ଗପୁର ପୌରପାଳିକା ତରଫରୁ ବହୁବିଧ ଜନାଭିମୁଖ୍ଯ କାର୍ଯ୍ୟକ୍ରମ ଓ ବିକାଶର ଧାରାକୁ ତ୍ବରାନ୍ବିତ କରାଯାଉଛି ।ଏହି ସହରକୁ ବିକାଶରେ ଶୀର୍ଷରେ ପହଞାଇବା ପାଇଁ ପୌର ପରିଷଦ ବହୁକିଛି ଠୋସ୍ କାର୍ଯ୍ୟକ୍ରମ ହାତକୁ ନେଉଛି ।ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ରାଇରଙ୍ଗପୁର ଗସ୍ତରେ ଆସି ୬ଟି ପ୍ରକଳ୍ପକୁ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।ପ୍ରକଳ୍ପ ମଧ୍ୟରେ ରାଇରଙ୍ଗପୁର ପୁରୁଣାଘାଟୀ ଓ୍ବାର୍ଡ ନମ୍ବର ୮ରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଯୋଗ କେନ୍ଦ୍ର ଉଦ୍ଘାଟନ କରିଥିଲେ ।ଯାହାକି ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଲୋକେ ଲାଭ ପାଇପାରିବେ । ରାଇରଙ୍ଗପୁର ସହର ବହୁ ପ୍ରତିକ୍ଷିତ ରାଇରଙ୍ଗପୁର ବସ ଷ୍ଟାଣ୍ଡରେ ଯାତ୍ରୀ ନିବାସର ଅତ୍ୟାଧୁନିକ ୪ ଟି ବିଶ୍ରାମ କକ୍ଷ ଉଦଘାଟନ କରିଛନ୍ତି । ସେହିଭଳି ମୁକ୍ତା ଯୋଜନାରେ ବସଷ୍ଟାଣ୍ଡରେ ଭେଣ୍ଡି ଂ ଜୋନ ଖୋଲି ୨୨ଟି ଦୋକାନ ଗୂହ ନିର୍ମାଣ କରିଛନ୍ତି ଯାହାକି ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ । ସେହିଭଳି ବସଷ୍ଟାଣ୍ଡରେ ଅସହାୟ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ‘ପ୍ରୟାସ ‘ ଉଦଘାଟନ କରିଛନ୍ତି । ଯେଉଁଥିରେ ସ୍ବଛଳ ବର୍ଗର ଲୋକେ ସେମାନଙ୍କ ଅଵ୍ଯହୃତ ସଫା ଲୁଗାପଟାକୁ ଏଠାରେ ଲିଖିତ ଭାବରେ ଦାନ କରିବେ । ଯାହାକୁ ଅତି ଗରିବ ଶ୍ରେଣୀର ଲୋକମାନଙ୍କୁ ଦାନ କରାଯିବ ।ସେହିଭଳି ରାସ୍ତା ପାର୍ଶ୍ବରେ ଥିବା ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପାଚେରୀକୁ ଏକ ଛୋଟିଆ ପାର୍କ ସହ ଖୋଲା ବ୍ୟାୟାମଶାଳା ଲୋକାର୍ପିତ କରିଥିଲେ ।ସେହିଭଳି ରାଇରଙ୍ଗପୁର ୬ ନମ୍ବର ଓ୍ବାର୍ଡରେ ଶ୍ମଶାନ ଘାଟରେ ଏକ ଛୋଟ ପାର୍କ ଏବଂ ଶିଶୁ ରକ୍ଷା କେନ୍ଦ୍ରକୁ ଜିଲ୍ଲାପାଳ ରାଇରଙ୍ଗପୁର ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ ,ସମସ୍ତ କାଉନସିଲରଵୃନ୍ଦ,ପୌରକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପ୍ରକଳ୍ପ ସମ୍ମୁଖରେ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଉଛସ୍ବିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More