ରାଇରଙ୍ଗପୁରରେ “ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ”ରେ ଜିଲ୍ଲାପାଳଙ୍କ ଯୋଗଦାନ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଆଜି ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ‘କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳଙ୍କ ବିନୀତ ଭରଦ୍ୱାଜ ଯୋଗ ଦେଇଥିଲେ । ତାଙ୍କ ସହିତ ଏଡିଏମ୍ ଶ୍ରୀ ହେମନ୍ତ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଉପଜିଲ୍ଲାପାଳ ସରୋଜ ଦାସ, ଗୋରୁମହିଷାଣୀ ଲୌହଖଣି ମିଶ୍ର ଏଣ୍ଡ ସନ୍ସଏଣ୍ଡ ପ୍ରାଇଭେଟ୍ ଲିମିଟେଡ ଏବଂ ବାରାମପାହାଡ ସ୍ଥିତ ଲୌହଖଣି ଘନଶ୍ୟାମ ମିଶ୍ର ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡର ମୁଖ୍ୟ ଡାଇରେକ୍ଟର ଜଗଦୀଶ ମିଶ୍ର,ଖଣି ମେନେଜର ବିକାଶ ରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୫ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ଯକ୍ଷ୍ମା ରୋଗଦୂର ପାଇଁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ, ଔଷଧ ସେବନ ଓ ଉତ୍ତମ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ଖୁବ୍ ଶିଘ୍ର‌ଏଥିରୁ ମୁକ୍ତ ହୋଇପାରିବ ବୋଲି ଅତିଥିବୃନ୍ଦ କହିଥିଲେ । ପରେ ଲୌହଖଣି ତରଫରୁ ବାମନଘାଟୀ ଉପଖଣ୍ଡ ଓ ପଞ୍ଚପିଢ ଉପଖଣ୍ଡର ପଂଜିକୃତ ୯୭୪ ଜଣ ରୋଗୀଙ୍କୁ ପୋଷଣ ଯୁକ୍ତ ଖାଦ୍ଯ‌ ପକେଟକୁ ଜିଲ୍ଲାପାଳ ଏବଂଅନ୍ଯ ଅତିଥିବୃନ୍ଦ ବଣ୍ଟନ କରିଥିଲେ। ଉକ୍ତ ସଭାକୁ ଡ଼ିଏମ୍ଓ ଡକ୍ଟର ରୂପଭାନୁ ମିଶ୍ର ପରିଚାଳନା କରିଥିବା ବେଳେ ସିଡ଼ିଏମ୍ଓ ଡକ୍ଟର ପ୍ରମୋଦ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More