ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : ଭାରତୀୟ ସଂସ୍କୃତିରେ ଆଦର୍ଶ ଓ ମର୍ଯ୍ୟାଦାର ପ୍ରତିକ ପ୍ରଭୁ ଶ୍ରୀରାମଚନ୍ଦ୍ର ।ଚଉଦ ହଜାର ବର୍ଷ ପୂର୍ବେ ଅଯୋଧ୍ୟାର ସରଜୁ ନଦୀକୂଳ କୋଶଳ ରାଜ୍ୟରେ ଭଗବାନ ଶ୍ରୀରାମଚନ୍ଦ୍ର ଚୈତ୍ରମାସ ନବମୀତିଥିରେ ଜନ୍ମ ଗ୍ରହଣ କରିଥିଲେ ।ସେହି ପବିତ୍ର ରାମନବମୀ ଏବଂ ଦଶମୀ ଅବସରରେ ରାଇରଙ୍ଗପୁର ର ଅଁଳାଡୁବା,ଇଚିଣ୍ଡା, ହନୁମାନ ବାଟିକା, କୁଚେଇବୁଢ଼ୀ, ପୁରୁଣାଘାଟି ଆଦି ହନୁମନ୍ଦିର ସମେତ ଆଖପାଖ ମନ୍ଦିରରେ ରାମନବମୀ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି ।ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଭକ୍ତ ବୃନ୍ଦ ଘରେ ରହି ପୂଜାର୍ଚ୍ଚନା କରୁଥିଲେ । ଚଳିତ ବର୍ଷ କରନା କଟକଣା ହଟିଥିବା ଯୋଗୁଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଯାଇ ଦିବ୍ୟ ଦର୍ଶନ ଓ ସାନିଧ୍ୟ ପାଇ ବିଭୋରହୋଇ ପଡିଥିଲେ । ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସହ ନିଜ ପରିବାରର ଓ ସମାଜର ମଙ୍ଗଳ କାମନା କରିଥିଲେ । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ କମିଟି ତରଫରୁ ଶ୍ରୀରାମ ଜୟନ୍ତୀ ପାଳନସହ କୁଚେଇବୁଢିସ୍ଥ ହନୁମାନ ମନ୍ଦିର କମିଟି ତରଫରୁ ମଧ୍ୟ ଧୁମଧାମରେ ଶ୍ରୀରାମ ଜୟନ୍ତୀ ପାଳନ କରାଯାଇଛି ।ଏହି କମିଟି ତରଫରୁ ପ୍ରବଳ ଗ୍ରୀଷ୍ମ ତାତିରୁ ଲୋକମାନଙ୍କୁ ସାମାନ୍ଯଜନକ୍ଳିଷ୍ଟ ଦୂର ପାଇଁ ରାସ୍ତାରେ ଯାଉଥିବା ୨୦୦୦ ରରୁ ଉର୍ଦ୍ଧ୍ବପଥିକ,ଡ୍ରାଇଭର, ଯାତ୍ରୀମାନଙ୍କୁ ମାଗଣାରେ ଦହି ସରବତ ବଣ୍ଟନ କରାଯାଇଥିଲା ।ସେହିଭଳି ୨୦୦୦ରରୁ ଉର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କମିଟି ତରଫରୁ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।