ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ମହାସମାରୋହରେ ପାଳିତ

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁରରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ୮୮ ତମ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଭୋରରୁ ରାଇରଙ୍ଗପୁର ସହରରେ ଡ଼ାକବାଜି ଯନ୍ତ୍ର ଦ୍ବାରା ଦେଶାତ୍ମବୋଧକ ସଂଗୀତ ଗାନ କରାଯାଇଥିଲା ।ପରେ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ବେକରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପୂର୍ବାହ୍ନ ୧୦ ଘଟିକା ରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ସଭାପତିତ୍ବରେ ଓଡିଶା ଦିବସ ସମାରୋହ ସଂକ୍ରାନ୍ତୀୟ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଏସଡିପିଓ ଗୋକୁଳାନନ୍ଦ ସାହୁ, ତହସିଲଦାର ଚିତ୍ତରଞ୍ଜନ ମହାନ୍ତ,ବିଡ଼ିଓ ସାଗର ମୁର୍ମୁ,ପୌରାଧିକାରୀ ଧର୍ମେନ୍ଦ୍ର ଶତପଥୀ , ବରିଷ୍ଠ ନାଗରିକ ସଭାପତି ରସାନନ୍ଦ ଲେଙ୍କା, ଶିକ୍ଷାବିତ ହିମାଂଶୁ ଶେଖର ପଟନାୟକ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ । ଅତିଥି ଗଣ ମଧୂସୁଦନ ଦାସ, ଗୋପବନ୍ଧୁ ଦାସ,ଶ୍ରୀ ରାମଚନ୍ଦ୍ର ଭଂଜ ଦେଓ,ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି,ଗଙ୍ଗାଧର ମେହେର, ରାଧାନାଥ ରାୟ ଡଃ ହରେକୃଷ୍ଣ ମହତାବ ପ୍ରଭୃତି ଯୋଗଜନ୍ମାଙ୍କ ତ୍ୟାଗ,ବଳିଦାନ, ନିରବଚ୍ଛିନ୍ନ ସାଧନା ଯୋଗୁଁ ଓଡିଶା ଏକ ଭାଷାଭିତ୍ତିକ ପ୍ରଦେଶ ମାନ୍ୟତା ପାଇଥିଲା ।ସେମାନେ ଆମ ପାଇଁ ଚିର ସ୍ମରଣୀୟ । ପରେ ଉକ୍ତଳ ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More