ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ପ୍ରେସ ଦିବସ ପାଳିତ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ସହିତ ସହକାରୀ ଜିଲ୍ଲାପାଳ ଶୁଶାନ୍ତ ରାଉତ ସାମିଲ ଥିଲେ । ପ୍ରେସ ଦିବସ ଅବସରରେ ଉପଜିଲ୍ଲାପାଳ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।ସମାଜ ଗଠନରେ ସାମ୍ବିଦିକମାନଙ୍କ ତ୍ୟାଗ, ବଳିଦାନ,ନିଷ୍ଠା ଅବର୍ଣ୍ଣନୀୟ ।ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ ପାଇଁ ଆଜି ବିଶ୍ଵରେ ଭାରତ ହେଉଛି ସର୍ବବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ।ଯାହାକୁ ସାରା ବିଶ୍ବ ସ୍ବିକାର କରୁଛି । ବିବିଧତା ମଧ୍ୟରେ ଏକତା ର ରକ୍ଷା କବଚ ହେଉଛି ଗଣମାଧ୍ୟମ । ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଉପରେ ସାମ୍ବାଦିକମାନେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ । ସାମ୍ବାଦିକ ମାନେ ସେମାନଙ୍କର ସମସ୍ୟା ସାମ୍ବାଦିକ ଭବନ ନିର୍ମାଣ, ସ୍ବାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି, ମୃତ୍ୟୁ କାଳୀନ ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କା ବିନା ସର୍ତ୍ତ ରେ, ସାମ୍ବାଦିକ ସୁରକ୍ଷା, ସାମ୍ବାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ, ସରକାରଙ୍କ ଦ୍ଵାରା ଘୋଷିତ ସାମ୍ବାଦିକଙ୍କ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ସରଳୀକରଣ ବ୍ୟବସ୍ଥା, ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିକୁ ଅତିକମରେ ୨ ପ୍ରତିଶତ ରାଶି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ ବିନିଯୋଗ କରିବା ଉପରେ ମତାମତ ଦେଇଥିଲେ ।ପ୍ରଶାସନ ତରଫରୁ ଖବର ସଂଗ୍ରହରେ ସହଯୋଗ ମିଳୁ ନ ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଠୋସ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ଏହା ପ୍ରତି ଧ୍ୟାନ ଦେବାସହ ସାମ୍ବାଦିକ ମାନଙ୍କର ଯାହାକିଛି ଅସୁବିଧା ଜଣାଇବା ପାଇଁ ତାଙ୍କ ଦ୍ବାର ସବୁବେଳେ ଖୋଲା ଅଛି ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଜୟ ପରିଡ଼ା,ଲଳିତ ମହାନ୍ତି, ନିଗମାନନ୍ଦ ପଟ୍ଟନାୟକ,ସୁଜିତ ପଟନାୟକ,ଅନଶନ ମହାନ୍ତ,ମେଘନାଦ ହେମ୍ବ୍ରମ,ସେକ ସଦାମ,ତୁଷାରକାନ୍ତି ମହାନ୍ତ, ଜୀତେନ୍ଦ୍ର ଅଗ୍ରୱାଲ,ସୌରଭ ପଟ୍ଟନାୟକ,ଶରତ ଦାସ, ଶଶାଙ୍କ କୁମାର,ବିକାଶ ଶର୍ମା,ନୀରଜ ସାହୁ,ଶ୍ୟାମ ସୁନ୍ଦର ସାମଲ,ଛୋଟୁପଦ ମୋଦିଂକ,ସାହିବ ଅଲ୍ଲି ଖାଁ,ଶ୍ଯାମଳେନ୍ଦୁ ପରିଡ଼ା, ରବୀନ୍ଦ୍ର ପଟନାୟକ,ମାନସ ରଂଜନ ମହାନ୍ତି, ସତ୍ୟନାରାୟଣ ପାଲା,ରାଜେଶ ଶର୍ମା, ନାରାୟଣ ଟୁଡୁ, ରାମଦାସ ମୁର୍ମୁ,, ରାମଚନ୍ଦ୍ର ହେମ୍ବ୍ରମ,ବିଶ୍ଵ ରଂଜନ ପାଲ, ଶକ୍ତିକାନ୍ତ ଦାସ,କଳ୍ପନା ସେନାପତି,ସୁବାଷ ପାତ୍ର , ଅକ୍ଷୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।ଆଜିର ପ୍ରେସ ଦିବସରେ ସାମ୍ବାଦିକମାନେ ଉପସ୍ଥିତ ରହି ସଫଳ କରାଇଥିବାରୁ ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ୱାଗତ ଜଣାଇଥିଲେ ।କାର୍ଯ୍ୟକ୍ରମରେ ସୂଚନା ବିଭାଗର ଲାଇବ୍ରେରୀଆନ ହରିଶ ଚନ୍ଦ୍ର ମହାପାତ୍ର ଏବଂ ସୂଚନା କେନ୍ଦ୍ରର କର୍ମଚାରୀ ସଂଗ୍ରାମ ବିଶ୍ବାଳ ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More