ରାଇରଙ୍ଗପୁରରେ ‘ଆଦିବାସୀ ମୂଳବାସୀ ସ୍ବାଭିମାନ ବଞ୍ଚାଅ’ ସଂଗଠନ ତରଫରୁ ବିଶାଳ ସମାବେଶ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ , ଆଦିବାସୀଙ୍କ ମସିହା ତଥାପ୍ରାତଃ ସ୍ମରଣୀୟ,ଯୋଗଜନ୍ମା ଭାରତ ମାଟିର ସୁଯୋଗ୍ୟ ସନ୍ତାନ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକ ପଡ଼ିଆରେ ‘ଆଦିବାସୀ ମୂଳବାସୀ ସ୍ବାଭିମାନ ବଞ୍ଚାଅ’ର ମହାସମାବେଶ ମୟୂରଭଞ୍ଜ ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଂସଦାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସାମ ରାଜ୍ୟର ସାଂସଦ ନବ କୁମାର ସରନିଆ, ମୁଖ୍ୟ ବକ୍ତା ଭାବେ ଝାଡ଼ଖଣ୍ଡର ପୂର୍ବତନ ସାଂସଦ ସୂର୍ଯ୍ୟ ସିଂ ଵେଶ୍ରା,ଆଜସୁ ପାର୍ଟିର ପ୍ରବକ୍ତା ଦେଵ ଶରଣ ଭଗତ ,ରାଞ୍ଚି ବିଶ୍ବ ବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗତିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିଥି ମାନଙ୍କୁ ମୂଳବାସୀମାନେ ନିଜର ପାରମ୍ପରିକ ବେଶଭୂଷାରେ ପିନ୍ଧି ଢୋଲ,ମାଦଳ,ଧୂମସା ବାଜା ବାଜି ନୃତ୍ଯରେ ମଂଚକୁ ପାଛୋଟି ନେଇଥିଲେ । ଅତିଥିଗଣ ଆଦିବାସୀ ମୂଳବାସୀ ସ୍ବାଭିମାନ ମଞ୍ଚର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ । ବୃହତଝାଡ଼ଖଣ୍ଡ ପ୍ରଦେଶ ଗଠନ ପାଇଁ ସେହି ଅଂଚଳରେ ଲୋକେ ବହୁ ବଳିଦାନ,ତ୍ୟାଗ କରିଥିଲେ । କିନ୍ତୁ ସରକାର ଝାଡ଼ଖଣ୍ଡ ପ୍ରଦେଶ ଗଠନ ମାନ୍ୟତା ଦେବା ସମୟରେ ଓଡ଼ିଶା,ଛତିଶଗଡ଼, ପଶ୍ଚିମବଙ୍ଗର କିଛି ଜିଲ୍ଲାକୁ ବାଦ ଦେବା ଫଳରେ ଝାଡ଼ଖଣ୍ଡର ଭୌଗଳିକ ମାନଚିତ୍ର ଆକାର ସଂକୁଚିତ ହୋଇଗଲା । ଝାଡ଼ଖଣ୍ଡ ସଂଗ୍ରାମୀ ମାନଙ୍କର ଆଶା ପୂରଣ ହେଲା ନାହିଁ । ସେହି ବିଛିନ୍ନା ଅଂଚଳବାସିନ୍ଦାଙ୍କ ଭାଷା, ସଂସ୍କୃତି, ସାମାଜିକ ଓ ପରଂପରା ବିପନ୍ନ । ସେମାନେ ବହୁବିଧ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମାଟି,ଖଣି,ପାଣି ସବୁକିଛି ଲୁଟ୍ ଚାଲିଛି ।ତେଣୁ ସେହି ବିଛିନାଞ୍ଚଳ ଆଦିବାସୀଙ୍କ ସ୍ବାର୍ଥକୁ ଉଜ୍ଜୀବିତ କରିବା, ସମସ୍ତଙ୍କୁ ଏକଜୁଟ କରିବା,ମା’ମାଟି ଓ ମାନୁଷ ପାଇଁ ଲଢିବା ନେଇ ଏହି ମଂଚ ଗଠିତ ହୋଇଛି ବୋଲି ଅତିଥିଗଣ କହିଥିଲେ । ୫ମ ଅନୁସୂଚିତ ଅଂଚଳରେ ଆଦିବାସୀଙ୍କ ଜମିକୁ ପେସା ଆଇନ ସୁରକ୍ଷା ଦେବାରେ ବିଫଳ ହେଉଥିବାରୁ ଏହି ଅଂଚଳକୁ ଆସାମର ବୋଡୋଲେଣ୍ଡ ଭଳି ୬ ଷ୍ଠ ଅନୁସୂଚୀତ ଅଂଚଳରେ ଭାବେ ମାନ୍ୟତା ଦେବା, ସାନ୍ତାଳୀ,ଓ୍ବାରାଂଚିତି ଓ ମୁଣ୍ଡାରୀ ଶିକ୍ଷକମାନଙ୍କୁ ନିୟମିତ କରିବା,, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷିତ କରିବା,ଓମ୍ବାଡିସି ଓ ଡ଼ିସେମ୍ବର କୋଟି ଟଙ୍କା ଲୁଟ କରି ଅନ୍ୟତ୍ର ଖର୍ଚ୍ଚାନ୍ତ ବଦଳରେ ଖଣିଖାଦାନ ଅଂଚଳରେ ଖର୍ଚ୍ଚ କରିବା,୫ମ ଅନୁସୂଚିତ ଅଂଚଳରେ ଖଣି ଓ କାରଖାନା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଗ୍ରାମସଭା ଅନୁମତି କୁ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ଏହି ଅବସରରେ ଆଦିବାସୀ ମୂଳବାସୀଙ୍କ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନକୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶଶଧର କାଳୁଆର,ଵାଘ୍ରରାଇ ହେମ୍ବ୍ରମ,ଶୌରୀ ମହାନ୍ତ,ବିନ୍ଦୁ ମଣି ମହାନ୍ତ,ବିଜୟ କଣ୍ଡାକେଲ,କାରାନ ମାର୍ଣ୍ଡୀ,ବୁଲା ଶ୍ରଦ୍ଧାର ପ୍ରମୁଖଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ସବୁ ସଂପ୍ରଦାୟର ଲୋକେ ଯୋଗ ଦେଇଥିଲେ ।ପରେ ପଡ଼ିଆରେ ନିଜର ପାରଂପରିକ ନାଚ ଗୀତରେ ସମସ୍ତେ ସଜ୍ଜିତ ଯାଇଥିଲେ । ବିଭିନ୍ନ ରାଜ୍ୟ ଏବଂ ଓଡିଶିର ବିଭିନ୍ନ ପ୍ରାନ୍ତରରୁ ଏହି ସିଥିବା ବିଚ୍ଛିନ୍ନାଞ୍ଚଳ ଆଦିବାସୀ ମୂଳବାସୀ ଲୋକେ ବହୁ କଷ୍ଟ ସ୍ବିକାର କରି ଏହି ବିଶାଳ ସମାବେଶରେ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବାରୁ ସମାବେଶର ଅଧ୍ୟକ୍ଷ ଇଂ ରାମଚନ୍ଦ୍ର ହାଂସଦା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ରାଇରଙ୍ଗପୁର ରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More