ରାଇରଂଗପୁର ବନଖଣ୍ଡ ଆନୁକୂଲ୍ୟରେ ୬୮ତମ ବନ୍ୟପ୍ରାଣୀ ଜୀବନ ସପ୍ତାହ ପାଳିତ

11

Get real time updates directly on you device, subscribe now.

ରାଇରଂଗପୁର(ସଂଘର୍ଷ ମିଡିଆ) : ରାଇରଂଗପୁର ବନଖଣ୍ଡ ଆନୁକୂଲ୍ୟରେ 68ତମ ବନ୍ୟପ୍ରାଣୀ ଜୀବନ ସପ୍ତାହ 2 ଅକ୍ଟୋବର ରୁ 8 ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏଥିରେ ସହକାରୀ ବନ ସଂରକ୍ଷକ ବୈଦ୍ୟନାଥ ମାଝୀ, ବନାଂଚଳ ଅଧିକାରୀ,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରଦୀପ୍ତ କବି,ବନପାଳ ବିପିନ୍ ଚନ୍ଦ୍ର ବେହେରା,ସଂଜୟ ପ୍ରସାଦ ବେହେରା,କାଶିନାଥ ହାଁସଦାଃ ,ବନରକ୍ଷୀ ପରମାନନ୍ଦ ମହାନ୍ତ,ରାମଦାସ ମାଝୀ,ଯଶବନ୍ତ ମହାକୁଡ,ରଂଜିତା ମହାନ୍ତ,କାରାନ୍ କିସ୍କୁ,ପଦ୍ମାବତୀ ମହାନ୍ତ,ଆଲୋକ ସେଠୀ,ସଂଜୁଲତା ମହାନ୍ତ,ଯସ୍ମିମଣି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ାଉକ୍ତ ବୈଠକରେ ବନ୍ୟ ପ୍ରାଣୀ ମାନଙ୍କୁ କିପରି ସୁରକ୍ଷିତ କରାଯାଇପାରିବ, ସେ ବିଷୟରେ ମଂଚାସୀନ ଅତିଥିଗଣ ମତ ପ୍ରଦାନ କରିଥିଲେ । ଲିଟିଲ୍ ପ୍ଲାୱାର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇ ବନ୍ୟ ପ୍ରାଣୀ ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ। କିଭଳି ବନ୍ୟ ଜୀବଜନ୍ତୁଙ୍କୁ ରକ୍ଷା କରାଯାଇପାରିବ ଅତିଥିଗଣ ସୂଚନା ଦେଇଥିବା ସହିତ ଆମେ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଜଂଗଲ ହେଉଛି ବନ୍ୟପ୍ରାଣୀ ମାନଙ୍କର ସଂପଦ। ତେଣୁ ଜଂଗଲ ସୁରକ୍ଷିତ ରହିଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ । ଆମ୍ଭେ ମଧ୍ୟ ସଚେତନ ରହିଲେ ବନ୍ୟ ପ୍ରାଣୀ ସୁରକ୍ଷିତ ରହିପାରିବ । ପୂର୍ବ ଦିନରେ ଜଂଗଲ ନଷ୍ଟ ହେବା ଯୋଗୁଁ ବନ୍ୟପ୍ରାଣୀ ଗାଁ ଆଡକୁ ମାଡି ଯାଉଥିଲେ।ଏଣୁ ବନ୍ୟବିଭାଗ ଏଥିପ୍ରତି ସଚେତନ ରହିବା ସହିତ ଲୋକେ ମଧ୍ୟ ଆନ୍ତରିକ ଭାବେ ସୁରକ୍ଷା କରିବା ପାଇଁ ମନ ଭିତରେ ଆଶା ପୋଷଣ କରିବା ଉଚିତ । ଶେଷରେ ବନ୍ୟ ସୁରକ୍ଷା ହିଁ ବନ୍ୟପ୍ରାଣୀମାନଙ୍କର ଜୀବନ ରକ୍ଷା । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More