ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ରାଇରଂଗପୁର ଓକିଲ ସଂଘ ତରଫରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ରୂପେ ଓଡିଶା ଉଚ୍ଚ ନ୍ଯାୟାଳୟର ମାନ୍ଯବର ବିଚାରପତି ଶତ୍ରୁଘ୍ନ ପୂଜାରି,ଦେବବ୍ରତ ଦାସ ,ଜିଲ୍ଲା ଦୌରାଜଜ୍ ଦୀପକ ପଟ୍ଟନାୟକ, ସର୍ବଭାରତୀୟ ଓକିଲ ସଂଘ ଉପାଧ୍ଯକ୍ଷ ଦେବୀ ପ୍ରସନ୍ନ ଧଳ ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ l ରାଇରଂଗପୁର ଉପଜିଲ୍ଲାପାଳଙ୍କ କାଯ୍ଯାଳୟ ପରିସରରେ ଅତିଥିଗଣ ମଧୁବାବୁଙ୍କର ଅତୀତର ଗାଥା ମନ୍ଥନ କରିଥିଲେ l ଏହି ଅବସରରେ ବରିଷ୍ଟ ଓକିଲ ରସାନନ୍ଦ ଲେଙ୍କା,ପ୍ରଭାସ କବି,ଗୋପୀନାଥ ମାଣ୍ଡି ଯୋଗ ଦେଇ ମଧୁବାବୁଙ୍କର ଉତ୍କଳ ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା ରଖିଥିଲେ lରାଇରଂଗପୁର ଓକିଲ ସଂଘ ସଂପାଦକ ହରିଚରଣ ସାହୁ,ରାଇରଂଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର,ସବ୍ ଜଜ ବାସୁଦେବ ଆଚାର୍ଯ୍ଯ,ଏସ୍ ଡି ଜେ ଏମ ସ୍ମରଣିକା ପ୍ରଧାନ,ଜେ ଏମ୍ ଏଫ୍ ସି ମୋନିକା ଆଚାର୍ଯ୍ଯ,କରଂଜିଆ କୋଟ୍ ର ଏଡିଜେ ପ୍ରଶାନ୍ତ ମିଶ୍ର, ଏସ୍ ଡିଜିଏମ୍ ଲିପି ମହାନ୍ତି,ଯଶିପୁର କୋର୍ଟ ର ବିଦ୍ଯୁତ୍ ଲତା ପ୍ରଧାନ, ଉପଜିଲ୍ଲାପାଳ ସରୋଜ କୁମାର ଦାସ,ଉପଖଣ୍ଡ ବନାଧିକାରୀ ନଳିନୀକାନ୍ତ ବେହେରାଙ୍କ ସହିତ ବହୁ ଆଇନଜୀବୀ ଯୋଗ ଦେଇଥିଲେ l