ରାଇକିଆ ବନାଞ୍ଚଳ ବିଭାଗର ରେଞ୍ଜର ପକ୍ଷରୁ ଚଢ଼ାଉ

16

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ନ୍ୟୁଜ୍) : ରାଇକିଆ ବନାଞ୍ଚଳ ବିଭାଗର ରେଞ୍ଜର ଶ୍ରୀ ସୁନିଲ କୁମାର ସାହୁ ମାଷ୍ଟର ପ୍ଲାନ ଗୋଟିଏ ପରେ ଗୋଟିଏ ସଫଳ ହେବାରେ ଲାଗିଛି । ଚଳିତ ବର୍ଷ ଫୁଲବାଣୀ ଡିଭିଜନରେ ବନାଞ୍ଚଳ ବିଭାଗ ଜଙ୍ଗଲ ୧.୨% ବୃଦ୍ଧି ହୋଇଥିବା ସେଟ ଲାଇଟ ରିପୋର୍ଟରୁ ଜଣା ପଡ଼ିଥିଲା । କିନ୍ତୁ ଜଙ୍ଗଲ ମାଫିଆ ଜଙ୍ଗଲରେ ନିଆଁ ଲଗେଇ କୋଇଲା,ମୂଲ୍ୟବାନ ଗଛ କାଟି ଚେୟାର,ଟେବୁଲ, ଖଟ ଓ ବନ୍ୟ ଜୀବଜନ୍ତୁଙ୍କୁ ହତ୍ୟା କରି ଚମଡ଼ା,ଦାନ୍ତ, ହାଡ଼,ଶିଙ୍ଗ, ନିଶ,ନଖ ଇତ୍ୟାଦିକୁ ରାଜ୍ୟ ବାହାରକୁ ପଠାଇ ମାଲାମାଲ ହୋଇ ଆସୁଛନ୍ତି । ଏହି ଜଙ୍ଗଲ ନଷ୍ଟ କରୁଥିବା ମାଫିଆ ମାନଙ୍କୁ ଧରିବା ପାଇଁ ଦୀର୍ଘ ଦିନ ହେବ ଜଙ୍ଗଲ ପେଟ୍ରୋଲିଂ କରି ଏହି ଦୁର୍ଦ୍ଧାନ୍ତ ମାନଙ୍କ ଉପରେ ନଜର ରଖି ଆସୁଥିଲା । ଆଜି ସକାଳୁ ସକାଳୁ ଖବର ପାଇ ଶ୍ରୀ ସୁନିଲ କୁମାର ସାହୁ ପାଞ୍ଚ ଜଣିଆ ଟିମ କରି ମାଣିକେଶ୍ଵର ପଞ୍ଚାୟତ ଗମାଣ୍ଡି ଗ୍ରାମରେ ଶେଷଦେବ ଦିଗାଳଙ୍କ ଘରେ ଚଢ଼ାଉ କରି ୨୯ ଖଣ୍ଡ ସାଳପଟା ଜବତ କରି ଗୋଟିଏ କେସ ରୁଜୁ କରି ଧାରା ୪୭ ଅନୁଯାଇ କୋର୍ଟ ଚାଲାଣ କରିଛି । କନ୍ଧମାଳ ଜିଲ୍ଲାରୁ ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More