ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ୫୦ ହଜାର ପରିବର୍ତ୍ତେ ମିଳିଲା ୨୫୦୦୦/- ସରକାରୀ ସହାୟତା

101

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଓଡ଼ିଶା ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୨୬୮(୩୦)/ଓଭାସାସଂ/ତା:0୮.0୧.୨0୨୪ ଏବଂ ଏଲ ନମ୍ବର.୧୭୩/ ଓଏଲଏଲ ଏବଂ ସି, ତା.0୫.0୧.୨0୨୪ ର କ୍ରମାଙ୍କ 0୪ ର (ବି) ରେ ରାଜ୍ୟରେ ସକ୍ରିୟ ଥିବା ଭାଗବତ ଟୁଙ୍ଗି ମାନଙ୍କୁ ଟ.୫୦୦୦୦/- ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ଗଣଙ୍କୁ ନିର୍ଦ୍ଦେଶ ଅଛି।ହେଲେ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ- ଗତ ତା: ୧୮.0୩.୨0୨୪ ରିଖରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିର ଏସ୍ ବି ଆଇ ବଜାର ଶାଖା, ନବରଙ୍ଗପୁରରେ ଥିବା ଏକାଉଣ୍ଟ୍ ରେ ଟ.୨୫୦୦୦/-(ପଚିଶି ହଜାର ଟଙ୍କା) ମାତ୍ର ନବରଙ୍ଗପୁରର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ଜମା କରି ଅଛି।*ଆଉ ମଧ୍ୟ ଗତ ଦୁଇ ବର୍ଷ ତଳେ 0୪.୧0.୨0୨୧ ତାରିଖରେ ଅନୁରୂପ ଭାବେ ମାତ୍ର ଟ. ୨୫୦୦୦/- (ପଚିଶି ହଜାର ଟଙ୍କା) ମାତ୍ର ଉକ୍ତ ଏକାଉଣ୍ଟ୍ ରେ ଜମା ହୋଇ ଅଛି।ଦୀର୍ଘ ଚାରି ବର୍ଷ ମଧ୍ୟରେ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିକୁ ୨୫ ହଜାର ଲେଖାଏଁ ଦୁଇ ଥରରେ ମୋଟ ପଚାଶ ହଜାର ଟଙ୍କା ମାତ୍ର ସଂସ୍କୃତି ବିଭାଗର ଆର୍ଥିକ ଅନୁଦାନ ରାଶି ମିଳି ଅଛି।ଗତ ତିନି ଦିନ ପୂର୍ବେ ରାଜ୍ୟର ବିଭିନ୍ନ ଦୂର ଦର୍ଶନ ଚାନେଲ୍ ରେ ଘୋଷଣା କରା ଗଲା ଯେ, *ଓଡ଼ିଶାର ୭୨୦୦ ଗୋଟି ଭାଗବତ ଟୁଙ୍ଗିକୁ ଟ. ୫୦୦୦୦/- ଲେଖାଏଁ ଆର୍ଥିକ ଅନୁଦାନ ରାଶି ମିଳିବ। କିନ୍ତୁ ଏ କଣ ହେଲା ?ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗିର ବ୍ୟାଙ୍କ ଏକାଉଣ୍ଟ୍ ରେ ଗତ ୧୮.0୩.୨0୨୪ ତାରିଖରେ ମାତ୍ର ଟ. ୨୫୦୦୦/- ଜମା ହୋଇ ଅଛି।କେବଳ ଏତିକି ନୁହେଁ;ଗତ ୨୦୨୧ମସିହାରେ ମଧ୍ୟ ୫୦୦୦୦/- ଟଙ୍କା ପରିବର୍ତ୍ତେ ୨୫ ହଜାର ଟଙ୍କା ହିଁ ମିଳି ଥିଲା । ଏହି ଭଳି ଖେଳ ଉକ୍ତ ଭାଗବତ ଟୁଙ୍ଗି ସହିତ ଦୁଇ ଦୁଇ ଥର ହୋଇ ଗଲା।ପ୍ରତି ଥର ଅବଶିଷ୍ଟ ୨୫ ହଜାର ଟଙ୍କା ଯାଉଛି କୁଆଡେ ? ଅତ ଏବ ଏହାର ଉପଯୁକ୍ତ ତଦନ୍ତ କରା ଯିବା ପାଇଁ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଭାଗବତ ଟୁଙ୍ଗି, ତାରାଗାଁ, ନବରଙ୍ଗପୁରର ତତ୍ତ୍ଵାବଧାରକ ଡ଼: ନୀଳ କଣ୍ଠ ପାଢ଼ୀ ଓ କର୍ମକର୍ତ୍ତା ଗଣ ଦାବୀ ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More