ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେର ପ୍ରାର୍ଥନା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

10

Get real time updates directly on you device, subscribe now.

 ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସ୍ଥାନୀୟ ତାରାଗାଁ ବାଇ ପାସ୍ ରୋଡ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ପ୍ରାର୍ଥନା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଅଛି। ନବରଙ୍ଗପୁରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପର୍ଯ୍ୟନ୍ତ କଳସ ଶୋଭା ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ଶ୍ରୀ ଶ୍ରୀ ରଶ୍ମି ରଞ୍ଜନ ଠାକୁର ଓ ଆଶ୍ରମ ପ୍ରତିଷ୍ଠାତା ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ପ୍ରତି ମୂର୍ତ୍ତିଙ୍କୁ ସୁସଜ୍ଜିତ ଗାଡ଼ିରେ ବିଭିନ୍ନ ସ୍ଥାନରୁ ଆଗତ ଶତାଧିକ ଭକ୍ତ ଗଣଙ୍କ ଶଙ୍ଖ, ଘଣ୍ଟା, ସାରସତ୍ତ୍ବ ବାଣୀ ଜୟ ଧ୍ୱନି ଓ ହୁଳହୁଳି ଧ୍ବନିର ଭବ୍ୟ ସମାରୋହରେ ନିଆ ଯାଇ ଥିଲା। ଆଶ୍ରମରେ ପହଞ୍ଚି ବିଦ୍ୱାନ ପଣ୍ଡିତ ଗଣଙ୍କ ମନ୍ତ୍ର ପାଠ ସାଙ୍ଗକୁ ଶାସ୍ତ୍ରୀୟ ବିଧିରେ ପୂଜା ଓ ଯଜ୍ଞ ମାଧ୍ୟମରେ ଆଶ୍ରମର ପ୍ରାର୍ଥନା ମନ୍ଦିର ତଥା ଠାକୁର ମାନଙ୍କୁ ଏବଂ ଜଗତ ଗୁରୁ ଶ୍ରୀ ଶ୍ରୀ ସ୍ବାମୀ ରଶ୍ମି ରଞ୍ଜନା ନନ୍ଦଙ୍କ ପ୍ରତି ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରା ଗଲା।ସକାଳ ଛଅଟାରେ ରଶ୍ମି ରଞ୍ଜନ ପଦ୍ଧତି ଓ ବାଳ ଭୋଗ ସମର୍ପଣ,ତା ପରେ ୧୯୯୩ ମସିହା ଠାରୁ ନବରଙ୍ଗପୁର ସହରର ରାଧା କୃଷ୍ଣ କଲୋନୀରେ ରହି ପୂଜା ପାଇ ଆସୁ ଥିବା ଠାକୁର ମାନଙ୍କୁ ସୁସଜ୍ଜିତ ଗାଡ଼ିରେ ନବରଙ୍ଗପୁରର ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇ ସେଠାରୁ ଆଧ୍ୟାତ୍ମିକ ଶୋଭା ଯାତ୍ରାରେ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମକୁ ନେଇ ପୂଜାର୍ଚ୍ଚନା ଓ ପ୍ରତିଷ୍ଠା ଯଜ୍ଞାନୁଷ୍ଠାନ ଆଦି କରା ଯାଇ ଥିଲା।ଶେଷରେ ଆନନ୍ଦ ବଜାର ପ୍ରସାଦ ସେବନ ପରେ କାର୍ଯ୍ୟ କ୍ରମ ସମାପନ ହୋଇ ଥିଲା।ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଅଧ୍ୟକ୍ଷ  ଡ଼: ନୀଳ କଣ୍ଠ ପାଢ଼ୀଙ୍କ ପରିଚାଳନା ଏବଂ ବରିଷ୍ଠ ରଞ୍ଜନ ଶିବ ଶଙ୍କର ପାତ୍ର, ଦଶମୁ ପାତ୍ର, ଜଗନ୍ନାଥ ମାଝୀଙ୍କ ପ୍ରତିନିଧିତ୍ଵ ଓ ଟି.ଲକ୍ଷ୍ମଣା ରାଓଙ୍କ ପୈ।ରହିତ୍ୟ ତଥା ମୁଖ୍ୟ ପୁରୋହିତ ରାମ ଚନ୍ଦ୍ର ରଥଙ୍କ ନିର୍ଦ୍ଦେଶନାରେ ମନ୍ତ୍ର ପାଠାଦି କାର୍ଯ୍ୟ କ୍ରମ ସମ୍ପାଦିତ ହୋଇ ଥିଲା। ଏହି କାର୍ଯ୍ୟ କ୍ରମରେ ଶ୍ରୀ ଗୋପ ବନ୍ଧୁ ବିଷୋୟୀ,ଡ଼: ରାଧା ନାଥ ବେହେରା,ଦେବୀ ପ୍ରସାଦ ପଟ୍ଟନାୟକ, ସଂଯୁକ୍ତା ପାଣିଗ୍ରାହୀ,ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଅର୍ଜୁନ ବିଷୋୟୀ,ହର ପ୍ରିୟା ଜାନୀ ଓ ସାଥୀ, ଗାୟତ୍ରୀ ବିଷୋୟୀ ଓ ସାଥୀ,ତ୍ରିପତି ପଟ୍ଟନାୟକ,ବୀର କିଶୋର ବିଷୋୟୀ,ପ୍ରଦ୍ୟୁମ୍ନ ଚଲାଣ, ସନ୍ତୋଷ କୁମାର ପୁଜାରୀ, ଅର୍ଜୁନ ମାଝୀ, ଧରିତ୍ରୀ ବିଷୋୟୀ ପ୍ରମୁଖ ସକ୍ରିୟ ସହଯୋଗ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More