ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବଡମସିଗାଁର ପୁଜାରୀ ସାହି ଛକ ଠାରେ ଭବ୍ୟ ସମାରୋହରେ ନବରଙ୍ଗପୁର ଜିଲ୍ଲାର ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ତରଫରୁ ୪୬ ତମ ରଶ୍ମି ରଞ୍ଜନ ଜୟନ୍ତୀ ଉତ୍ସବ ଆଶ୍ରମ ଅଧ୍ୟକ୍ଷ ଶ୍ରୀ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀଙ୍କ ଅଧ୍ୟକ୍ଷତା ଓ ଯୁଗ୍ମ ଭାବରେ ଶ୍ରୀ ଦଶମୁ ପାତ୍ର ଓ ଶ୍ରୀ ସନ୍ତୋଷ କୁମାର ପୁଜାରୀଙ୍କ ପରିଚାଳନା ତଥା ନେତୃତ୍ୱ ଓ ବଡ଼ ମସିଗାଁର ବିଶିଷ୍ଟ ବ୍ୟକ୍ତି ହରିହର ଚୌଧୁରୀ,କମଳେଶ୍ବରୀ ନାୟକ, ପୀତାମ୍ବର ସମରଥ,ଭୀମ ସମରଥ,ଧନସିଂ ବିଷୋୟୀ, ଝାଡେଶ୍ବର ବିଷୋୟୀ,ଲମ୍ବୋଦର ନାୟକ,କୃତି ନାୟକ,ଯାଦବ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ଅପରାହ୍ନରେ ଶ୍ରୀ ଶ୍ରୀ ରଶ୍ମି ରଞ୍ଜନ ଭଗବାନଙ୍କ ଶୋଭାଯାତ୍ରାରେ ନଗର ସଂକୀର୍ତ୍ତନ ପରିକ୍ରମା ପରେ ପରେ ରଶ୍ମି ରଞ୍ଜନ ପଦ୍ଧତି, ପ୍ରାର୍ଥନା,ଭଜନ,ବକ୍ତା ଓ ଅତିଥିଙ୍କ ବକ୍ତବ୍ୟ, ସାରସତ୍ତ୍ବ ବାଣୀ ପାଠ, କୀର୍ତ୍ତନ,ଆଳତୀ ପରେ ପ୍ରସାଦ ବଣ୍ଟନ ଓ ଶେଷରେ ସାମୂହିକ ଆନନ୍ଦ ବଜାର ପ୍ରସାଦ ସେବନ ଅନୁଷ୍ଠିତ ହୋଇ ଥିଲା। ଉତ୍ସବରେ ଯୋଗ ଦେଇ ମୁଖ୍ୟ ବକ୍ତା ତଥା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ହୃଷୀକେଶ ଦାଶ ଭଗବତ୍ ଗୀତାର ମାହାତ୍ମ୍ୟ ଓ ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବିଭିନ୍ନ କାର୍ଯ୍ୟ କ୍ରମର ଉପାଦେୟତା ସମ୍ବନ୍ଧରେ ପ୍ରେରଣା ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଛନ୍ତି ଓ ସେହିପରି ଭାବେ ମୁଖ୍ୟ ଅତିଥି ତଥା ନବରଙ୍ଗପୁର ର ବିଶିଷ୍ଟ ସାହିତ୍ୟିକ ଓ ସମାଜ ସେବୀ,ସଭାପତି:ବିଶ୍ୱ ହିନ୍ଦୁ ପରିଷଦ, ଧର୍ମ ପ୍ରସାର,ଓଡ଼ିଶା ପଶ୍ଚିମ ପ୍ରାନ୍ତ,ରାମକୃଷ୍ଣ ତପୋବନ ଓ ଅନେକ ଏକଲବ୍ୟ ବିଦ୍ୟାଳୟ, ନବରଙ୍ଗପୁରର ପ୍ରତିଷ୍ଠାତା ଶ୍ରୀ ସର୍ବେଶ୍ଵର ତ୍ରିପାଠୀ ଭାରତୀୟ ଜାତି- ବର୍ଣ୍ଣ-ଧର୍ମର ବାସ୍ତବ ଚିତ୍ର ଓ ତଥ୍ୟ ଉପସ୍ଥାପନା କରିବା ସାଙ୍ଗକୁ ଜାତି ଧର୍ମ ଭିତ୍ତିରେ ହିନ୍ଦୁ ରାଷ୍ଟ୍ର ତଥା “ବସୁଧୈବ କୁଟୁମ୍ବକମ୍ ଅଖଣ୍ଡ ଭାରତକୁ” ଖଣ୍ଡ ବିଖଣ୍ଡିତ କରିବାରେ ଚାଲି ଆସିଥିବା ବିଧିବଦ୍ଧ ବିଦେଶୀ ଚକ୍ରାନ୍ତ ସମ୍ବନ୍ଧରେ ସଚେତନ ପୂର୍ଣ୍ଣ ସ୍ଵକୀୟ ମୂଲ୍ୟବାନ୍ ଅଭିଭାଷଣ ଉପସ୍ଥାପନ କରିଛନ୍ତି। ଆଶ୍ରମର ଅଧ୍ୟକ୍ଷ ଡ଼:ପାଢ଼ୀ ରଶ୍ମି ରଞ୍ଜନ ଦର୍ଶନର ବ୍ୟାଖ୍ୟାନ ପୂର୍ବକ ଆମର ମାର୍ଗ ଦର୍ଶକ, ଜ୍ଞାନ ଦାତା ଓ ଗୁରୁ ଭାର ବୋଝ ଅପହର୍ତ୍ତା ହେଉଛନ୍ତି – ଗୁ୍ରୁ ଏବଂ ଭାରତ ବର୍ଷର ଋଷି-ମହର୍ଷି ଗଣ ହେଉଛନ୍ତି- ସିଦ୍ଧ ଜ୍ଞାନାଲୋକ ରଶ୍ମି।ସେହି ସିଦ୍ଧ ରଶ୍ମି ରଞ୍ଜନ ଋଷି-ମହର୍ଷି ଗଣଙ୍କ ଆଶ୍ରମ ହେଉଛି – ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ବୋଲି କହି ଉପସ୍ଥିତଙ୍କୁ ଉଦ୍ ବୁଦ୍ଧ କରିଛନ୍ତି। ଏହି ଉତ୍ସବର ବିଭିନ୍ନ ଦାୟିତ୍ବ ପରିଚାଳନାରେ ସହଯୋଗ କରିଛନ୍ତି – ବଡମସିଗାଁର ରାଜା ଚାଉଁରିଆ ସଂକୀର୍ତ୍ତନ ମଣ୍ଡଳୀ, କୈଳାସ ଚୌଧୁରୀ,ଧନ ସମରଥ, ବଂଶୀଧର ବିଷୋୟୀ, ବିନୋଦ ଭତ୍ରା,ଦିନେଶ ଚୌଧୁରୀ,ପପୁ ସମରଥ, ସୁରେନ୍ଦ୍ର ନାୟକ, ଅଭିମନ୍ୟୁ,ରାଜୀବ,ତପେଶ,ବିନୋଦ,ଦିନେଶ, ଯୋଗେନ୍ଦ୍ର,ଯୋଗେଶ୍ବରୀ ନାୟକ,ରତ୍ନମଣି ନାୟକ, ଯମୁନା ନାୟକ, ସାବିତ୍ରୀ ନାୟକ,ଗୌତମ ବିଷୋୟୀ,ଚନ୍ଦନ ସାହୁ,ଇନ୍ଦୁମତୀ ପାଢ଼ୀ,ରବି ଶଙ୍କର ପାତ୍ର, ସାବିତ୍ରୀ ନାୟକ, ସୁଭଦ୍ରା ଚୌଧୁରୀ, ରଞ୍ଜିତା ନାୟକ, ଅର୍ଜୁନ ମାଝୀ,ଭି.ବାଲା ରାଜୁ ପ୍ରମୁଖ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.