ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନରେ ଛାତ୍ରୀ ମାନେ ହେଲେ ଆନନ୍ଦିତ

42

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : –ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଫୁପୁଗାଁ ଗ୍ରାମ ପଞ୍ଚାୟତର ପଲସଗାଁରେ ଥିବା ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ଲତା ରଥଙ୍କ ଉପସ୍ଥିତିରେ ଶିକ୍ଷକ ଜୟ ପ୍ରକାଶ ସାହୁ, ଶିକ୍ଷୟତ୍ରୀ ରଶ୍ମିତା ମାଟିଆ, ଜ୍ୟୋତି ନାୟକ, ମିସ୍ ଶ୍ଵେତା ପଟ୍ଟନାୟକ ଙ୍କ ସହଯୋଗରେ ନବମ ଓ ଦଶମ ଶ୍ରେଣୀ ରେ ବିଦ୍ୟା ଅଧ୍ୟୟନ କରୁଥିବା ୨୫୫ ଜଣ ଛାତ୍ରୀ ମାନଙ୍କୁ ପ୍ରତି ଛାତ୍ରୀଙ୍କୁ ଏକ ହଜାର ଟଙ୍କାର ଦୁଇ ହଳ ବିଦ୍ୟାଳୟ ୟୁନିଫର୍ମ, ଛାତ୍ରୀ ନିବାସରେ ରହିବା ବେଳେ ଏକହଳ ପ୍ୟାଣ୍ଟ ଓ ବାନିୟନ ସହ ଏକହଳ ବୁଟ ଓ ମୋଜା ପ୍ରଦାନ କରାଯାଇଥିଲା lମୁଖ୍ୟ ମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ଏହି ସବୁ ପୋଷାକ, ଜୋତା ଓ ମୋଜା ପାଇ ଥିବାରୁ ବିଶେଷ ଆନନ୍ଦିତ ହୋଇ ଥିବା ଦେଖା ଯାଇଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More