ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ, ଥାନାରେ ଏତଲା

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ରଥଯାତ୍ରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ସଂଗ୍ରହ ସମୟରେ ନ୍ୟୁଜ୭ ପ୍ରତିନିଧିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇଜଣ ବରିଷ୍ଠ ସେବାୟତ ସଦସ୍ୟ ଆକ୍ରମଣ କରିଥିବା ନେଇ ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ପୋଲିସ ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସାମ୍ବାଦିକ ସଂଘ ଦାବି କରିଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇଜଣ ସେବାୟତ ସଦସ୍ୟଙ୍କ ଦାଦାଗିରି କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇ ବରିଷ୍ଠ ସେବାୟତ ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ନ୍ୟୁଜ୭ ବ୍ୟୁରୋ ଚିଫ୍ ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ରଶେଖର ପାତ୍ରଙ୍କୁ ନନ୍ଦିଘୋଷ ରଥ ନିକଟରେ ଦୁଇ ବରିଷ୍ଠ ସେବାୟତ ସଦସ୍ୟ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ସଙ୍ଖିଆ ଦେଇ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇôଥବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କିଛି ବଙ୍ଗୀୟ ପର୍ଯ୍ୟଟକ ବିନା ପାସ୍ ରେ ସେବାୟତଙ୍କୁ ଟଙ୍କା ଦେଇ ରଥ ଆଉଟଡୋର କର୍ଡନ୍ ନିକଟରେ ହୋଇଥିବା ଅସ୍ଥାୟୀ ଟେଣ୍ଟରେ ବସିଥିବା ନେଇ ଅଭିଯୋଗ ଆସିଥିଲା । ତେବେ ଏନେଇ ନ୍ୟୁଜ୭ ଟିମ୍ ସେଠାରେ ଖବର ସଂଗ୍ରହ କରୁଥିବା ସମୟରେ ପରିଚାଳନା କମିଟିର ଦୁଇଜଣ ସେବାୟତ ସଦସ୍ୟ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ଉତକ୍ଷିପ୍ତ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଖବର ପ୍ରସାରଣ କଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଅପରପକ୍ଷରେ ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ନିନ୍ଦା କରାଯିବା ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଘଟଣାରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବି ହୋଇଛି ।ସେହିପରି ସିଂହଦ୍ୱାର ଥାନା ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ସଂଘ ପକ୍ଷରୁ ଦାବି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More