ରଥ ନିର୍ମାଣ ନେଇ ଆଜି ଚୁଡାନ୍ତ ନିଷ୍ପତ୍ତି : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ

21

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପାଖେଇ ଆସିଲାଣି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ରଥ ଯାତ୍ରା ହେବ କି ନାହିଁ ସେ ନେଇ ଚୁଡାନ୍ତି ନିଷ୍ପତ୍ତି ମଧ୍ୟ ନିଆଯାଇ ପାରି ନାହିଁ । ଲକଡାଉନର ଅବଧି ବୃଦ୍ଧି କରାଯାଇଥିବାରୁ ରଥନିର୍ମାଣ କାମ ମଧ୍ୟ ହୋଇପାରୁନାହିଁ । ଗତ ୨୬ ତାରିଖ ଅକ୍ଷୟ ତୃତୀୟା ଯାଇଥିଲେ ମଧ୍ୟ ଆଜିଯାଏ ସପ୍ତାହେରୁ ଅଧିକ ସମୟ ବିତିଥିଲେ ବି ରଥନିର୍ମାଣ କାର୍ଯ୍ୟ  ଅଗ୍ରଗତି ହୋଇପରୁନାହିଁ । ଏଣୁ ଚଳିତ ବର୍ଷ ଶ୍ରୀ ଜୀଉଙ୍କ ରଥଯାତ୍ରା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।ଏହାରି ମଧ୍ୟରେ ରଥଯାତ୍ରା ଓ ରଥ ନିର୍ମାଣ ନେଇ ଚୁଡାନ୍ତ ନିଷ୍ପତ୍ତି ନେବାପାଇଁ ଆଜି ଶ୍ରୀ ମନ୍ଦିର ପରିଚାଳନା କିମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଆଜି ଅପରାହ୍ନ ୪ ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭୁବନେଶ୍ୱରରୁ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ । ସେହିପରି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପୁରୀରୁ ଥାଇ ଅଂଶ ଗ୍ରହଣ କରିବେ । ଏହି ବୈଠକରେ ରଥ ନିର୍ମାଣକୁ ନେଇ ଚୁଡାନ୍ତି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More