ରଥ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

11

Get real time updates directly on you device, subscribe now.

 ପୁରୀ(ସଂଘର୍ଷ ମିଡିଆ) : - ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ମୋଟ ୪୨ ଗୋଟି ତୁମ୍ବର ୧୬ ଯୋଡ଼ା ଲେଖାଁଏ ବିନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଆସନ୍ତା କାଲି ତିନିରଥର ତୁମ୍ବ ଗୁଡିକରେ ଅର କଣ୍ଟା ବସିବାପାଇଁ ଅଗର ବିନ୍ଧ କରାଯିବାସହ ତୂମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧ ଗୁଡିକର ଆବଶ୍ୟକତାକୁ ପରଖାଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ । ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ବା କମାର ସେବକ କାରିଗର ମାନେ ତିନି ରଥର ୧୦ ଗୋଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା(୬/୭" ସଇଜ) ନିର୍ମାଣ ଆଜି ସୁଦ୍ଧା ଶେଷ କରିବା ସହ ଦୁଇଟି ଲେଖାଁଏ ଚକ ପାଇଁ ଆବଶ୍ୟକ ପନ୍ଧାରୀ ବଳା ନିର୍ମାଣ ଶେଷ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More