ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

23

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ 1 ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅପରାହ୍ନ 4 ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଥଯାତ୍ରା କମିଟିର କୋଷାଧ୍ୟକ୍ଷ ରାମନାଥ ମିଶ୍ର ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପଠନ କରିଥିଲେ। ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଭାବେ ଆଲୋଚନା ହୋଇଥିଲା।ଏଥି ନିମନ୍ତେ କେଉଁଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଓ ମିନା ବଜାର ପାଇଁ ନିରୂପଣ ଏବଂ ନିଲାମ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ଯାତ୍ରାର ମୁଖ୍ୟ ବିଷୟବସ୍ତୁ ଶୁଖିଲା ଭୋଗ ଓ ଅନ୍ନ ଭୋଗ ବିଷୟରେ ଆଲୋଚନା ହେବା ସହ ଏହାର ଦାୟିତ୍ବ ଓ ଏଥି ନିମନ୍ତେ କେତେ ପରିମାଣର ଖର୍ଚ୍ଚ ହେବ ସେ ବିଷୟରେ କମିଟି ସଦସ୍ୟ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଲୋଚନା ହୋଇ ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତି ହୋଇଥିଲା।ରଥଯାତ୍ରାରେ ଜନ ସଂଖ୍ୟାକୁ ଦୃଷ୍ଟି ରେ ରଖି ସହରର ପରିମଳ ବ୍ୟବସ୍ଥା ଓ ସୁଦ୍ଧପାନୀୟ ଜଳ,ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।ସେହିପରି ବିଦ୍ୟୁତ ବ୍ୟବସ୍ଥା, ରାସ୍ତାଘାଟ ମରାମତି ସଞ୍ଚାଳନ ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ,ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ଜୀ ତିରୁପତି ରାଓ,ପାରଳା ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହରର ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧିମାନେ, ସହରର ମାନ୍ୟଗଣ୍ୟବ୍ୟକ୍ତି ପ୍ରମୁଖ ରହି ନିଜର ମତାମତ ଦେବା ସହ ଆଲୋଚନା କରିଥିଲେ।ବୈଠକ ଶେଷରେ ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।ପ୍ରକାଶ ଯୋଗ୍ୟ ଯେ ବିଗତ 2 ବର୍ଷ ହେଲା କରୋନା ସଂକ୍ରମଣ ଲାଗି କଟକଣାକୁ ନେଇ ରଥଯାତ୍ରା କେବଳ ରୀତିନୀତି ରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More