ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଲା ରଥ ଦଉଡି

37

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି। ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତ କରୁଥିଲେ। ତେବେ ଏହି ଦଉଡି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବା ବେଳେ ଆଉଟଡୋର, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡି ରହିଛି। ରଥଟଣା ପାଇଁ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ। ସେହିପରି ଅନ୍ୟ ଦଉଡି଼ର ଗୋଲେଇ ଚାରି ଇଞ୍ଚ ଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ।ସେପଟେ ଖୁବ ଶୀଘ୍ର ରଥ କାଠ ମଧ୍ଯ ପର୍ଯ୍ୟୟ କ୍ରମେ ଆସି ପହଞ୍ଚିବ। ସେପଟେ କଟକ ଖପୁରିଆ କରତ କଳ ରେ ରଥ କାଠ ଚିରଟ ଆରଂଭ ହୋଇଛି। ଆଗାମୀ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More