ରଥଯାତ୍ରାରେ ଅନ୍ୟ ବର୍ଷଠୁ ଟ୍ରାଫିକ ସମସ୍ୟା ରେକର୍ଡ କରିଛି

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଭକ୍ତ ମାନେଙ୍କୁ ଦର୍ଶନ ଦେଉଥିବା ବେଳେ ମେଡ଼ିକାଲ ଛକରୁ ଜାନ ବାହାନ ଚାଳନା ବନ୍ଦ କରାଯାଇଛି। କିନ୍ତୁ କିଛି ଗଳା ବାଟ ଦେଇ ଲୋକେ ଗୁଣ୍ଡିଚା ମନ୍ଦିରକୁ ଜାନ ବାହାନ ନେଇ ଯାଉଛନ୍ତି। ଯାହା ଫଳରେ ମେଡିକାଲ ଛକରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅହେତୁକ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ସେହିପରି ଅଠରନଳା ଠାରୁ ନବକଳେବର ରାସ୍ତା ଦେଇ ଦୈନିକ ବସ ସବୁ ବସ ଷ୍ଟାଣ୍ଡକୁ ଆସୁଛି। ଏବଂ ଏହି ରାସ୍ତାରେ ପାସ ଓ ବିନା ପାସ ଧାରୀ କାର ମଧ୍ୟ ଯାତାୟତ କରୁଛି। ଯାହାଫଳରେ ଲୋକେ ଚାଲିକି ଯିବାକୁ ମଧ୍ୟ ଅସହଜ ମାନେ କରୁଛନ୍ତି। ରଥଯାତ୍ରା ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ କୁ ବଡ କିମ୍ବା ଛୋଟ ଗାଡି ନେଇକି ଆସୁଥିବା ଭକ୍ତ ମାନଙ୍କ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା କିନ୍ତୁ ସେ ଏବେ କୌଣସି ମତେ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ପର୍କିଙ୍ଗ ବେବସ୍ତା ଥିଲେ ମଧ୍ୟ ଗଳା ବାଟ ଦେଇ ସହର ଭିତରକୁ ଅନେକ ଜାନ ବାହାନ ପ୍ରବେଶ କରୁଛି। ତାହା ପୁଣି ପୋଲିସଙ୍କ ଉପସ୍ଥିତରେ ବୋଲି ସହର ବାସୀ ଅଭିଯୋଗ କରୁଛନ୍ତି। ଯଦି ପୋଲିସ ତାର ଠିକ ଭାବେ ଟ୍ରାଫିକ ପରିଚାଳନା କରନ୍ତା ତେବେ ସହରରେ ଟ୍ରାଫିକ ବେବସ୍ତା ବିପର୍ଯ୍ୟସ୍ତ ହୋଇ ନଥାନ୍ତା। ଏଥି ସହ ପାସ ଓ ବିନା ପାସ ଧାରୀ କାର ବହୁଳ ମାତ୍ରାରେ ଅଠରନଳା ଦେଇ ଗୁଣ୍ଡିଚା ମନ୍ଦିର ପାଖକୁ ଆସୁଥିବା ହେତୁ ସେହି ରାସ୍ତା ଦେଇ ଯିବା ଆସିବା କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ତେବେ ଆସନ୍ତା କାଲି ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ହଜାର ହଜାର ଭକ୍ତଙ୍କ ସମାଗମ ହେବ ଶ୍ରୀଗୁଣ୍ଡିଚା ମନ୍ଦିରରେ। ତଥା ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିବ। ତେବେ ପୁରୀ ପୋଲିସ ଯଦି ଟ୍ରାଫିକ ବେବସ୍ତା ଉପରେ ସଠିକ ଭାବେ ଧ୍ୟାନ ଦିଅନ୍ତା ତେବେ ସାଧାରଣ ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହୁଅନ୍ତେ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More