ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ଜୀଉ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : -ଶେଷ ହୋଇଛି ଚଳିତ ବର୍ଷର ଘୋଷ ଯାତ୍ରା। ନୀଳାଦ୍ରି ବିଜେରେ ଶ୍ରୀ ଜୀଉ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ମହାପ୍ରଭୁ ଙ୍କ ନିଳାଦ୍ରୀ ବିଜେ ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ର ରେ ହଜାର ହଜାର ଭକ୍ତ ଙ୍କ ଆଗମନ ହୋଇଥିଲା। ନିର୍ଦ୍ଧାରିତ ନୀତି କାନ୍ତି ଅନୁଯାୟୀ ପୁଷ୍ପାଞ୍ଜଳି ନୀତି ପରେ ଦାରୁ ଦିଅଁଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟ , କାହାଳୀ, ପାରମ୍ପାରିକ ବାଦ୍ୟରେ ପହଣ୍ଡି ବିଜେ ନିତୀ ହୋଇଥିଲା। ପ୍ରଥମେ ବଡ ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବି ସୁଭଦ୍ରା ଓ ଶେଷ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ହୋଇଥଲା। ପରେ। ରଥ ଉପରେ ମହାପ୍ରଭୁଙ୍କୁ ଚାହାଣି ମଣ୍ଡପରୁ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା। ଯାହାକୁ ଦେଖୀ ଭକ୍ତ ଭାବ ବିହ୍ଵଳିତ ହୋଇଥିଲେ। ପରେ ଜୟ ବିଜୟ ଦ୍ଵାର ନିକଟ ରେ ମା ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା, ଶାଢୀ, ଅଳଙ୍କାର ଦେଇ ମାନ ଭଞ୍ଜନ କରିବା ନୀତି ହୋଇଥିଲା। ପରେ ମହାପ୍ରଭୁ ରତ୍ନ ସିଂହାସନକୁ ଯାଇ ବିରାଜ ମାନ କରିଛନ୍ତି। ପୁଣି ଆସନ୍ତା ବର୍ଷକୁ ଏହି ରଥଯାତ୍ରା ନୀତି ଦେଖିବା ପାଇଁ ସୁଜୋଗ ଦେବାକୁ ଭକ୍ତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ସେପଟେ ରଥଯାତ୍ରା ସୁରୁଖୁରରେ ସମାପନ ହୋଇଥିବାରୁ ସେବାୟତ, ପ୍ରଶାସନିକ ଅଧିକାରୀ, ଭକ୍ତ ଓ ପୁରୀ ବାସିନ୍ଦାଙ୍କୁ ଅଶେଷ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକରେ ହୋଇଚି। ଚଳିତ ବର୍ଷ ଆମ ରାଜ୍ୟ, ଦେଶ ଓ ବିଶ୍ଵବାସୀଙ୍କ ପାଇଁ ମଙ୍ଗଳ ମୟ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଚନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More