ରଣମାଲ ସମିତି ସଭ୍ୟାଙ୍କ ଚାରୋଟି ସନ୍ତାନ ଥିବା ଅଭିଯୋଗ,ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜୟପାଟଣା ବିଡ଼ିଓ

23

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ): – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ସମିତି ସଭ୍ୟlଙ୍କ ଚାରୋଟି ସନ୍ତାନ ଥିବା ଅଭିଯୋଗ ହୋଇ ତାହାର ସତ୍ୟତା ଥିଲେ ହେଁ ଜୟପାଟଣା ବିଡ଼ିଓ ତଦନ୍ତ କରି ରିପୋର୍ଟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। ରଣମାଲ ପଞ୍ଚୟତ ସମିତି ସଭ୍ୟl ବୈଜୟନ୍ତି ବାଗ ଙ୍କ ଚାରୋଟି ଜନ୍ମିତ ପୁତ୍ର ଥିବା ଏବଂ ସେମାନଙ୍କ ଜନ୍ମଗତ ପ୍ରମାଣ ସହ ତାଙ୍କୁ ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗର ଆଇନର ଧାରା ଅନୁଯାୟି ସମିତିସଭ୍ୟ ପାଇଁ ଅଯୋଗ୍ୟ ଘୋଷଣା ପାଇଁ ପ୍ରତିଦ୍ବନ୍ଦି ପ୍ରାଥିନି ଜ୍ୟୋତି ଛତ୍ରୀଆ ଗତ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ।ଜିଲ୍ଲା ପଞ୍ଚାୟତ ଅଧିକାରୀ ତାଙ୍କ ଚିଠି ସଂଖ୍ୟା ୬୮୭ ତା ୨୧.୪.୨୨ରେ ଜୟପାଟଣା ବିଡ଼ିଓ ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ ହେଲେ ୨ମାସ ହୋଇଯାଇଥିଲେ ହେଁ ବିଡ଼ିଓ ରିପୋର୍ଟ ପ୍ରଦାନ କରୁନାହାନ୍ତି।ଜୟପାଟଣା ବିଡ଼ିଓ ରାଜନୈତିକ ଚାପରେ ରିପୋର୍ଟ ପ୍ରଦାନ କରୁନଥିବା ଅଭିଯୋଗ ହୋଉଛି ।ତେବେ ଏ ନେଇ ଗତ ଶନିବାର ଦିନ ଜୟପାଟଣା ଥାନାରେ ସମିତି ସଭ୍ୟା ବୈଜୟନ୍ତି ବାଗ ଙ୍କ ନାମରେ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଛି।ଥାନାରେ କେଶ ନମ୍ବର ୨୧୭/୨୨ ରେ ଜାଲିଆତି ଭାରତୀୟ ଦଣ୍ଡବିଧାନ ଅଧିନିୟମ ୧୮୬୦ ଅନୁଯାୟୀ ଧାରା ୪୧୭,୪୬୫,୪୬୮,୪୭୧ ରୁଜୁ ହୋଇଛି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ଏହାର ସତ୍ୟା ସତ୍ୟ ଅନୁସନ୍ଧାନ କରି ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଆଗାମୀ ଦିନରେ ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More