ରଙ୍ଗର ପର୍ବ ହୋଲି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା

96

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର ହୋଇ ଉଠିଛି ଉତ୍ସବ ମୁଖର । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି । ଘର ଠାରୁ ଆରମ୍ଭ କରି ବାହାରେ ମଧ୍ୟ ନିଜନିଜ ମଧ୍ୟରେ ଅଭିର ଖେଳିବା ସହ ମିଠା ଖାଇ ମଜା ଉଠାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି ରଙ୍ଗ ଖେଳରେ ମସଗୁଲ ହୋଇଛନ୍ତି ସଭିଏଁ। ହୋଲିରେ ଯେପରି କିଛି ଅଘଟଣ ନଘଟେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଏହି ରଙ୍ଗର ପର୍ବ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More