ରଘୁନାଥ ଜୀଉଙ୍କ ମନ୍ଦିର ପ୍ରବେଶ ଉତ୍ସବ ଅନୁଷ୍ଠିତ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବନ୍ଧପlଲି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରବେଶ ସହ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଥିବା ବେଳେ ଚବିଶ ପ୍ରହର ନାମ ଯଜ୍ଞର ପୂର୍ଣ୍ଣାହୁତି ହୋଇଛି l ମନ୍ଦିର ପ୍ରତିଷ୍ଠାତା ସୁଧିର ଗୁରୁ ପତ୍ନୀ ଶ୍ରୀମତି ଅନ୍ନପୂର୍ଣ୍ଣା ଗୁରୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ଏଥିରେ ଆଚାର୍ଯ୍ୟ କ୍ଷମାନିଧି ମିଶ୍ର, ଯଜ୍ଞସେନ୍ ମିଶ୍ର, ଭlଗ୍ୟଧର ମିଶ୍ର, ସlନୂର୍ଯ୍ୟ ନନ୍ଦ, ସରୋଜ ପାଣିଗ୍ରାହୀ, ବିଷ୍ଣୁ ଭଞ୍ଜନ ପଣ୍ଡା ଓ ଚୈତନ୍ୟ ମିଶ୍ର ଆଦି ବ୍ରାହ୍ମଣ ପଣ୍ଡିତଗଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଏବଂ ଯଜ୍ଞ ଦାୟିତ୍ଵ ତୁଲାଇଥିଲେ l ଏହି ଅବସରରେ ପଶ୍ଚିମ ଓଡିଶା ର ବିଭିନ୍ନ ମଠ ର ମଠାଧିଷ ଯଥାକ୍ରମେ ବାବା ଅଭିରାମ ଦlଶ, ରଘୁନାଥ ଦାସ, ଭଗବାନ ଦାସ, ଅଖୁଡ଼ା ଦାସ, ଗୋପୀନାଥ ଦାସ, ବାବାଜୀ ଦାସ, କିଶନ ଦାସ, ଲକ୍ଷ୍ମଣ ଦାସ, ଦାମୋଦର ଦାସ, ପଞ୍ଚାନନ ଦାସ, ବ୍ରହ୍ମଚାରୀ ପ୍ରବୋଧ ଚୈତନ୍ୟ, ପ୍ରଦୀପ ଚୈତନ୍ୟ, ବାଗବlଡି ପାହାଡି ମଠ ସମେତ ସାଧୁ ସନ୍ଥମାନେ ଯୋଗଦେଇଥିଲେ l ଶ୍ରୀଜୀଉ ଙ୍କ ମନ୍ଦିର ପ୍ରବେଶ ଓ ଚବିସ ପ୍ରହର ନାମ ଯଜ୍ଞ ପୂର୍ଣ୍ଣାହୂତି ତଥା ଉଦଯାପନୀ ଦିବସରେ ବ୍ୟାସ ସୀତା ଯୋଷି ଙ୍କ ଦ୍ଵାରା ଅନୁଷ୍ଠିତ ସୁନ୍ଦରlକାଣ୍ଡ ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ l ଉତ୍ସବକୁ ମନ୍ଦିର ପ୍ରତିଷ୍ଠା କମିଟି ର ସଦସ୍ୟ ଓ ବନ୍ଧପlଲି, ବରଡିପଦର, ଖଲିଆପାଲି,କଣ୍ଟାମାଳ,ଗଡିଆଯୋର୍, ବଡଛପାପାଲି, କଲରlକୋଠା, ଟିକିରlପଡl, ରେଙ୍ଗାଲି, ଝଗୁଡୁପାଲି, ନୁଆପlଲି ସମେତ ଆଖପାଖ ଗ୍ରାମର ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ,ବୌଦ୍ଧ, ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More