ରକ୍ତ ସମ୍ପର୍କରେ ଲାଗିଲା ଛିଟା : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିଥିବା ମାମଲାରେ ସମ୍ପର୍କୀୟ ଭାଇ ଗିରଫ

9

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ) : -ରକ୍ତ ସମ୍ପର୍କରେ ଲାଗିଲା ଛିଟା,ଜଣେ ମାନସିକ ଅନଗ୍ରସର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିଥିବା ମାମଲାରେ ସମ୍ପର୍କୀୟ ଭାଇ ଗିରଫ ।ଏଭଳି ଘୃଣ୍ୟ ଏବଂ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ।16 ବର୍ଷ ବୟସର ଭିନ୍ନକ୍ଷମ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗରେ ପୀଡ଼ିତା ନାବାଳିକାର ନିଜ ଦଦାପୁଅ ଭାଇକୁ ଫିରିଙ୍ଗିଆ ଥାନା ପୋଲିସ ଗିରଫ କରିଛି !ଗିରଫ ଅଭିଯୁକ୍ତର ନାମ ଆସୁତୋଷ ରଣା ଏବଂ ତାକୁ ପୋଲିସ କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ,ପୀଡ଼ିତା ନାବାଳିକାର ବାପା ଜନ୍ମରୁ ଅନ୍ଧ ଏବଂ ସେମାନେ ଅତି ଗରିବ ଶ୍ରେଣୀର !ଏହାର ସୁଯୋଗ ନେଇଁ ଅଭିଯୁକ୍ତ ଆଶୁତୋଷ ବାରମ୍ବାର ପୀଡ଼ିତା ନାବାଳିକାର ଘରକୁ ଯାଇ ସେମାନଙ୍କୁ ସାହାଯ୍ୟ କରିବା ବାହାନାରେ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖୁଥିଲା !ଗତ କିଛିଦିନ ତଳେ ନାବାଳିକା ଜଣକ ଅସୁସ୍ଥ ହୋଇପଡ଼ିବା ଏବଂ ବାରମ୍ବାର ବାନ୍ତି କରିବାରୁ ନାବାଳିକାର ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଏହାପରେ ନାବାଳିକାଙ୍କ ମା, ଏ ବାବଦରେ ଗାଁର ଆଶାକର୍ମୀଙ୍କୁ ଜଣାଇଥିଲେ ଏବଂ ଆଶା କର୍ମୀ ନାବାଳିକାକୁ ଡାକ୍ତରଖାନା ନେଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ !ତାପରେ ପୀଡ଼ିତା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା,ଏହା ଜାଣିବା ପରେ ପୀଡ଼ିତା ନାବାଳିକା ଜଣକ ଡାକ୍ତରଙ୍କ ବିନା ପରାମର୍ଶରେ ଗର୍ଭ ନିରୋଧକ ଔଷଧ ଖାଇ ଗୁରୁତର ହୋଇପଡ଼ିଥିଲେ !ତାଙ୍କୁ ତାଙ୍କ ଘର ଲୋକ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରିବା ସହିତ ଏ ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ !ସେହି ଏତଲା ଆଧାରରେ ଫିରିଙ୍ଗିଆ ଥାନା ପୋଲିସ ଏକ ମାମଲା ରୁଜୁ କରି ପୀଡ଼ିତା ନାବାଳିକାକୁ କନ୍ଧମାଳ CWC କୁ ହସ୍ତାନ୍ତର କରିବା ସହିତ ଅଭିଯୁକ୍ତ ଦଦାପୁଅ ଭାଇକୁ ଗିରଫ କରାଯାଇଛି ବୋଲି ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More