ରକ୍ତ ଜୁଡୁବୁଡୁ ମୃତ ଦେହ ପୋଲିସ ଦ୍ବାରା ଉଦ୍ଧାର

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : -ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର କଦମଡିହା ସାହିର ଏକ ପର୍ଶୁରାମ ସର୍ଦ୍ଦାଙ୍କ ଘର ସମ୍ମୁଖରେ ଏକ କ୍ଷତବିକ୍ଷତ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ କଦମଡିହା ସାହିର ରବି ତାମୁଡିଆ(୬୫) ଦିର୍ଘ ୪ବର୍ଷ ହେଲା ଘର ଦ୍ଵାର ଛାଡି ଗୋରୁମହିଷାଣୀରେ ସପରିବାର କାମଧନ୍ଦା ପାଇଁ ରହୁଛନ୍ତି । ତାଙ୍କର ବଡ଼ପୁଅଙ୍କର ୪ ବର୍ଷ ତଳେ କଦମଡିହା ଗ୍ରାମରେ ମୃତ୍ୟୁ ହୋଇଥିଲା । ଗୋରୁମହିଷାଣୀରେ ତାଙ୍କ ସାନପୁଅ ରାଜେନ୍ଦ୍ର ତାମୁଡିଆ(୨୫) ପାଣି ଟେଙ୍କରରେ କାମ କରନ୍ତି । ରାଜେନ୍ଦ୍ର ତାମୁଡିଆ ମଙ୍ଗଳବାର ଦିନ ରାତିରେ ଗୋରୁମହିଷାଣୀରୁ ନିଜ ଗାଁ ବାସିଙ୍ଗୀର କଦମଡିହା ଗ୍ରାମକୁ ଆସିଥିଲେ । ବୁଧବାର ସକାଳେ ଗାଁ ଲୋକେ ଯୁବକର ମୃତଦେହକୁ ଦେଖି ବହଳଦା ପୋଲିସକୁ ଖବର ଦେଇଥିଲେ । ବହଳଦା ପୋଲିସ ଏବଂ ବାରିପଦାର ସାଇଣ୍ଟିଫିକ ଟିମ ଆସି ଛାନଭିନ କରିଥିଲେ। ପୋଲିସ ଏକ ମାମଲା କେଶ ନମ୍ବର ୧୩/୨୨ ରୁଜୁ କରି ତଦନ୍ତ ଚାଲୁ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ମୃତକ ରାଜେନ୍ଦ୍ର ତାମୁଡିଆର ପତ୍ନୀ ଉର୍ମିଳା ତାମୁଡିଆ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଛି । ରାଜେନ୍ଦ୍ର ଦୁଇ ବର୍ଷ ତଳେ ବିବାହ କରିଥିଲେ ତାଙ୍କର ଛୋଟ ପୁଅ ଅଛି । ରାଜେନ୍ଦ୍ରଙ୍କ ସହିତ ସେହି ଗ୍ରାମର ଜନୈକ ବିଧବା ମହିଳା ସହ ୮ବର୍ଷ ଧରି ପରକ୍ରୀୟା ସଂପର୍କ ରହିଛି । ମହିଳା ଜଣକ ମଧ୍ୟ ରାଜେନ୍ଦ୍ର ପରିବାରଙ୍କ ସହ ଫୋନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉର୍ମିଳା ଲେଖିଛନ୍ତି । ପୋଲିସ ଘଟଣାକୁ ହାଲୁକା ନ ନେଇ ଘଟଣାର ସବିଶେଷ, ପାରିପାର୍ଶ୍ବିକ ଏବଂ ଅନ୍ୟାନ୍ୟ ଘଟଣାର ସବିଶେଷ ତଦନ୍ତ କରୁଛି । ବାକି ରହିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ତଥ୍ୟ ଆଗକୁ ଆସିବ ଏବଂ ପୋଲିସକୁ ତଦନ୍ତ କରିବାକୁ ସହଜ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More