କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକ ସିଆରିଆ ରଘୁନାଥ ବିଦ୍ୟାପୀଠ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡିଶା ଶାଖା ଇଣ୍ଡିଆନ ହୁମାନ ରାଇଟ ଡିଫେଣ୍ଡର ଓ ବାପୁଜୀ ପାଠାଗାର ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଓଡିଶା ଆଇନି ପରାମର୍ଶ ଦାତା ଶିବ କେତନ ମହାନ୍ତି ଯୋଗ ଦାନ କରିଥିଲେ ଗୋପାଳ ଚନ୍ଦ୍ର ସାମନ୍ତ ,ରାଓ ସୁଦିପ୍ତ ସାହୂ, ବିଶ୍ଵରଞ୍ଜନାଁ ସାହୁ ଏବଂ ଇଣ୍ଡିଆନ ହିୟୁମନ ରାଇଟିସ ଡେ଼ଫେନ୍ଦେର ର ସମୀର କୁମାର, ସୂର୍ଯ୍ୟକାନ୍ତ ରଣା ଓ ଗୀତା ରାଣୀ ବେହେରା, ମହେଶ୍ୱର ସାହୂ ଓ ମନୋଜ କୁମାର ସାହୁ ,ଚନ୍ଦ୍ରକାନ୍ତି ବୌଦ୍ଧ ଓ ସଞ୍ଜୟ ପଟ୍ଟନାୟକ ବ୍ୟକ୍ତି ଵିଶେଷ ମାନେ ଉପସ୍ଥିତି ଥିଲେ । ଆଖପାଖ ଅଞ୍ଚଳର ଅନେକ ସହୃଦୟ ଯୁବକ ଯୁବତି ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ରକ୍ତଦାନ କାର୍ଯ୍ୟକ୍ରମ ରେ ପ୍ରାୟ 80 ୟୁନିଟ ରକ୍ତ ସଂଗ୍ରହ କାରାଯାଇ ଥିଲା । ସମସ୍ତଙ୍କର ସହଯୋଗ କ୍ରମେ କରୋନା ମାହାମାରୀ ଯୋଗୁ ସାମଜିକ ଦୂରତାକୁ ବଜାୟ ରଖି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା । ଶେଷରେ ବାପୁଜି ପାଠାଗାର ତରଫରୁ ମୁଖ୍ୟଙ୍କୁ ଔପଢକନ ସହ ମାନପତ୍ର ଦିଆଯାଇ ଥିଲା। ଆଗକୁ ଓଡ଼ିଶାରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବା ସହ ଜନସାଧାରଣ ବିନା ମୂଲ୍ୟରେ ନ୍ୟାୟ ଦେବା ପାଇଁ ଇଣ୍ଡିଆନ ହୁମାନ ରାଇଟି ଡ଼ିଫେଣ୍ଡର ମୁଖ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।